You are currently viewing କାଳିଆ ଯୋଜନାରେ ଲକ୍ଷାଧିକ ହିତାଧିକାରୀ  ଅଯୋଗ୍ୟ

କାଳିଆ ଯୋଜନାରେ ଲକ୍ଷାଧିକ ହିତାଧିକାରୀ ଅଯୋଗ୍ୟ

ଭୁବନେଶ୍ୱର- କାଳିଆ ଯୋଜନାରେ ଲକ୍ଷାଧିକ ହିତାଧିକାରୀ ଅଯୋଗ୍ୟ ଚିହ୍ନଟ ହୋଇଛନ୍ତି । ଏହି ଯୋଜନାରେ ୧ ଲକ୍ଷ ୪ ହଜାର ୭୬ ଜଣ ଅଯୋଗ୍ୟ ବିବେଚିତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଯୋଜନାରେ ୫୬ ଲକ୍ଷ ୧୪ ହଜାର ୭୦୭ ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏନେଇ ଆଜି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନରେ ବିଧାନସଭାରେ ଉତ୍ତର ରଖିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ । ଲକ୍ଷାଧିକ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହେବା ଯୋଗୁଁ ରାଜକୋଷରୁ ଅନେକ ଟଙ୍କା ବରବାଦ ହୋଇଛି । ଏଥିସହ ଅନେକ ଯୋଗ୍ୟ ହିତାଧିକାରୀ କାଳିଆ ଯୋଜନାରୁ ବଞ୍ଚିତ ରହିଥିବା ଅଭିଯୋଗ ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।