bjp

ବ୍ରହ୍ମପୁର ପ୍ରଚାରରେ ମୋଦୀ , ବିରୋଧୀଙ୍କୁ କଲେ ଟାର୍ଗେଟ  

ଏଏନଏସ: ବ୍ରହ୍ମପୁରରେ ମୋଦୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ପ୍ରଚାରରେ ଆସି ବ୍ରହ୍ମପୁର ଠାରେ ଏକ ସାଧାରଣ ସଭାରେ ଉପସ୍ଥିତ ଜନ ସାଧାରଣଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଓଡ଼ିଆ ଭାଷାରେ ନିଜର ଅଭିଭାଷଣ ଆରମ୍ବ କରି ମୋଦୀ କହିଲେ ଯେ, ଜୁନ 4ତାରିଖ ହେଉଛି ନବୀନ ସରକାରର ଶେଷ ଦିନ। ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଓ ବିଧାୟକ ପ୍ରାର୍ଥୀଙ୍କୁ ଭୋଟ ଦେଇ ଜିତାଇବାକୁ ନିବେଦନ କରିବା ସହ ରାଜ୍ୟରେ ଆଗାମୀ ଦିନରେ ଗଢ଼ା ହେବାକୁ ଥିବା ଡବଲ ଇଂଜିନ ସରକାରକୁ ଆଣିବାରେ ସାହାଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ଏହି ନିର୍ବାଚନୀ ସଭାରେ ରାଜ୍ୟ ସଭାପତି ମନମୋହନ ସାମଲ ଓ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଉପସ୍ଥିତ ଥିଲେ।

ଅନ୍ୟମାନଙ୍କୁ ଜଣାନ୍ତୁ।