cm naveen

ପ୍ରେସମିଟ୍ ରେ ନବୀନଙ୍କ ବଡ ବୟାନ: କହିଲେ ପାଣ୍ଡିଆନ ମୋର ଉତ୍ତରାଧିକାରୀ ନୁହଁନ୍ତି

ଏଏନଏସ:ବିରୋଧୀଙ୍କ ଘନ ଘନ ଆକ୍ରମଣ ଓ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ପ୍ରଧାନମନ୍ତ୍ରୀ ପ୍ରଶ୍ନ ଉଠାଇବା ପରେ ପ୍ରେସମିଟ୍ ଡାକି ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଅର୍ଥାତ ଶେଷ ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଶେଷ ଦିନରେ ଖବର ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତକାର ଦେଇଛନ୍ତି ନବୀନ । ସ୍ୱାସ୍ଥ୍ୟ ପ୍ରସଙ୍ଗ ଠାରୁ ଆରମ୍ଭ କରି ସବୁ ପ୍ରସଙ୍ଗରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ । ବିଜେପିକୁ ଟାର୍ଗେଟ କରିବା ସହ ନବୀନ କହିଛନ୍ତି, ରାଜ୍ୟବାସୀଙ୍କ ସେବା କରିବାକୁ ମୁଁ ସଂପୂର୍ଣ୍ଣ ଫିଟ୍ ଅଛି । ପ୍ରଧାନମନ୍ତ୍ରୀ ଫୋନ କରି ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ପାରିଥାନ୍ତେ, ହତାଶ ହୋଇ ମିଥ୍ୟା ପ୍ରଚାର କରୁଛି ବିଜେପି । ଭି.କେ ପାଣ୍ଡିଆନ ମୋର ଉତ୍ତରାଧିକାରୀ ନୁହଁନ୍ତି। ଉତ୍ତରାଧିକାରୀ କିଏ ହେବେ ତାହା ରାଜ୍ୟବାସୀ ସ୍ଥିର କରିବେ। ନିର୍ବାଚନରେ ବହୁମତ ସହ ସରକାର ଗଢ଼ିବ ବିଜେଡି । ଲୋକସଭାରେ ମଧ୍ୟ ଦଳ ଅଧିକ ଆସନ ଜିତିବ ।

ଅନ୍ୟପଟେ ନବୀନ ପଟ୍ଟନାୟକଙ୍କ ସାକ୍ଷାତକାରକୁ ନେଇ ପ୍ରତିକ୍ରିୟା ରଖିଛି ବିଜେପି । ଏହାକୁ ପ୍ରୟୋଜିତ ସାକ୍ଷାତକାର କହି କଟାକ୍ଷ କରିଛନ୍ତି ବିଜେପି ନେତା ।

ଅନ୍ୟମାନଙ୍କୁ ଜଣାନ୍ତୁ।