You are currently viewing ବଲାଙ୍ଗୀର ଫେକ ସାର୍ଟିଫିକେଟ ମାମଲାରେ ନୂଆ ତଥ୍ୟ

ବଲାଙ୍ଗୀର ଫେକ ସାର୍ଟିଫିକେଟ ମାମଲାରେ ନୂଆ ତଥ୍ୟ

  • Post category:ଓଡିଶା
  • Reading time:1 mins read

ବଲାଙ୍ଗୀର(୧୨.୪.୨୩) : ବଲାଙ୍ଗିର ଫେକ୍ ସାର୍ଟିଫିକେଟ୍ ମାମଲାରେ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ଲୋକଙ୍କୁ ସତସତିକା ବିଶ୍ୱବିଦ୍ୟାଳୟରୁ ସାର୍ଟିଫିକେଟ୍ ଆସିବ କହି ଭୁଆଁ ବୁଲାଉଥିଲେ ମନୋଜ ମିଶ୍ର ଓ ଆଲୋକ ଉଦ୍ଗାତା । ନକଲି ସାର୍ଟିଫିକେଟ୍ ପାଇଁ କୋଚିଂ ସେଂଟରରେ ହେଉଥିଲା ନକଲି ପରୀକ୍ଷା । ପିଲାଙ୍କୁ ଅନଲାଇନ୍ ପରୀକ୍ଷା ଦେବାକୁ କୁହାଯାଉଥିଲା । ପରୀକ୍ଷାରେ କାଳେ କିଏ କମ୍ ମାର୍କ ରଖିବ ବୋଲି କହି ନକଲି ପରୀକ୍ଷାର୍ଥୀଙ୍କୁ ବି କମ୍ପ୍ୟୁଟର ସାମ୍ନାରେ ବସାଯାଉଥିଲା । କମ୍ପ୍ୟୁଟରରେ ପୂର୍ବରୁ ଫିଡ୍ କରାଯାଇଥିବା ପ୍ରଶ୍ନପତ୍ରରେ ପରୀକ୍ଷା କରାଯାଉଥିଲା । ଏପରି ଲୋକଙ୍କୁ ଭୁଆଁ ବୁଲାଇ ଲକ୍ଷ ଲକ୍ଷ ଟଙ୍କାରେ ସାର୍ଟିଫିକେଟ୍ ବିକ୍ରି କରୁଥିଲେ ମନୋଜ ଓ ଆଲୋକ । କ୍ରାଇମ୍ବ୍ରାଂଚ ଏନେଇ ସୂଚନା ପାଇବା ପରେ ଏହି ଦିଗରେ ବି ପ୍ରମାଣ ସଂଗ୍ରହ କରିଥିବା ଜଣାପଡ଼ିଛି । ପରୀକ୍ଷା ପାଇଁ ପ୍ରଶ୍ନପତ୍ର ପ୍ରସ୍ତୁତ କରିବାକୁ ବିଭିନ୍ନ ବିଶ୍ୱବିଦ୍ୟାଳୟର ପୁସ୍ତକ କୋଚିଂ ସେଣ୍ଟରରୁ ଜବତ କରିଛି କ୍ରାଇମବ୍ରାଞ୍ଚ ।

ଅନ୍ୟମାନଙ୍କୁ ଜଣାନ୍ତୁ।