You are currently viewing NEWS SUPERFAST 2@10

NEWS SUPERFAST 2@10

  • Post category:ଓଡିଶା
  • Reading time:1 mins read

୧. ସୋମବାର କଲମ୍ବିଆରେ ବିମାନ ଦୁର୍ଘଟଣା । ବିମାନଟି ଏକ ଆବାସିକ ଅଞ୍ଚଳରେ ଖସିପଡିଛି । ଫଳରେ ସେଥିରେ ଥିବା ୮ ଜଣଙ୍କ ମୃତ୍ୟୁହୋଇଛି । ମେଡଲିନ ସହରରେ ଏହି ବିମାନ ଦୁର୍ଘଟଣା ହୋଇଛି ।
୨. ଇଣ୍ଡୋନେସିଆ ପରେ ସୋଲେମନ ଦ୍ୱୀପରେ ଭୂକମ୍ପ ହୋଇଛି । ତେବେ ଏହି ଭୂକମ୍ପ ସେଲେମାନର ସବୁଠାରୁ ବଡ ଦ୍ୱୀପ ବୋଲି କୁହାଯାଉଛି । ଆଜି ସକାଳ ୭.୩୩ରେ ସେଠାରେ ଭୂକମ୍ପ ହୋଇଥିଲା ।
୩. କେନ୍ଦ୍ରୀୟ ଚୀନରେ ହେନାନ ପ୍ରଦେଶର ଏକ କାରଖାନାରେ ଅଗ୍ନିକାଣ୍ଡ ହୋଇଛି । ଏହି ଘଟଣାରେ ପ୍ରାୟ ୩୬ ଜଣଙ୍କ ମୃତ୍ୟୁ ହୋଇଛି । ଅନାଙ୍ଗ ସହରର କାରଖାନାରେ ଏହି ଘଟଣା ଘଟିଛି । ଏହି ଘଟଣାରେ ୨ ଜଣ ଆହତ ହୋଇଥିବା ବେଳେ ଆୁ ଦୁଇ ଜଣ ନିଖୋଜ ଅଛନ୍ତି ।
୪. ନୂଆ ରୂପ ପାଇବେ ପୁରୀ ଲୋକନାଥ ପୀଠ । ମନ୍ଦିରର ମାଷ୍ଟର ପ୍ଲାନକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀ ଲୋକନାଥ ମନ୍ଦିର ପାଇଁ ୨୮ କୋଟି ଓ ବ୍ରହ୍ମଗିରି ପ୍ରସିଦ୍ଧ ଅଲାରଥାନ ପୀଠ ପାଇଁ ୮ କୋଟି ଟଙ୍କାର ପକଳ୍ପଅନୁମୋଦନ ହୋଇଛି ।
୫. ରାଜଧାନୀ ଉପକଣ୍ଠରେ ହତ୍ୟାକାଣ୍ଡ । ଚନ୍ଦକା ଥାନା ପାଇକରାପୁର ପାହାଡ ପାଖରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା । ପାହାଡ ତଳେ ପଡିଛି ମୃତ ଦେହ । ମୁହଁକୁ ପଥରରେ ଛେଚା ହୋଇ ହତ୍ୟା କରାଯାଇଛି ।
୬. ପୁରୀ ଗୁଣ୍ଡିଚା ମନ୍ଦିରରେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଗୁଣ୍ଡିଚା ମନ୍ଦିରର ଜଗମୋହନ ତିନିଟି ବମ୍ ଓ କଲମ କ୍ୟାପିଟାଲରେ ଫାଟ ଥିବା ନେଇ ଅନୁସଂନ୍ଧାନ । ଗୁଣ୍ଡିଚା ମନ୍ଦିର ପରିଚାଳନା କମିଟି ଅଧକ୍ଷ ତଥା ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସହ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ଓ ଏଏସଆଇ ଉପସ୍ଥିତ ଅଛନ୍ତି ।
୭. ଅର୍ଚ୍ଚନା ନାଗ  ମାମଲାରେ ଇଡିର ଖୋଳତାଡ । ଭୁବନେଶ୍ୱର ପ୍ରବର୍ତ୍ତନନିର୍ଦ୍ଦେଶାଳୟରେ ହାଜର ହେଲେ ଜଣେ ବ୍ୟବସାୟୀ । ତାଙ୍କ ନାମ ଅମୀୟକାନ୍ତ ଦାସ ।
୮. ବ୍ରହ୍ମପୁର ସହରର ବଜାର ଅନ୍ତର୍ଗତ ଲଜ ବାଲାଜୀରେ ଅଗ୍ନକାଣ୍ଡ । ଗତ କାଲି ରାତିରେ ଏହି ଘଟଣା ଘଟିଛି । ଅଗ୍ନି କାଣ୍ଡର କାରଣ ଜଣାପଡିନାହିଁ । ଲଜ ଭିତରେ ଥିବା ଲୋକମାନେ ସୁରକ୍ଷିତ ଭାବରେ ବାହାରକୁ ପଳାଇ ଆସିଥିଲେ ।
୯. କୋରେଇ ଷ୍ଟେସନ ଦେଇ ସ୍ୱାଭାବିକ ହେଲା ଟ୍ରେନ ଚଳାଚଳ । ୨୪ ଘଣ୍ଟା ପରେ ଟ୍ରେନ ଯାଆସ ଆରମ୍ଭ ହୋଇଛି । ଉଭୟ ଅପ ଓ ଡାଉନ ଲାଇନରେ ଚଳାଚଳ କରୁଛି ଟ୍ରେନ ।
୧୦. ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଲାଗିଲା ଜାହାଜ । ଯୁଧ ଜାହାଜ ଆଇ ଏନ ଏନ ଘଡିଆଲ । ତେବେ ସେନା ପକ୍ଷରୁ ଦୁଇ ଦିନ ଆୟୋଜିତ କରାଯାଇଛି ସ୍ୱାସ୍ଥ୍ୟ ଶିବିର ।

ଅନ୍ୟମାନଙ୍କୁ ଜଣାନ୍ତୁ।