You are currently viewing NEWS SUPERFAST 2@10

NEWS SUPERFAST 2@10

  • Post category:ଓଡିଶା
  • Reading time:1 mins read

୧. ବିବାହ ଉତ୍ସବରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ । ବରର ମାତା ପିତା ଏବଂ ଭଉଣୀ ସମେତ ୬୦ ଲୋକ ଦଗ୍ଧ । ଏହି ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଯୋଧପୁରର ଶେରଗଡରେ ଏହି ବିବାହ ଉତ୍ସବ ହେଉଥିବା ବେଳେ ଅଘଟଣ ହୋଇଥିଲା । ଗାଁ ଲୋକ ସହାୟତା ପାଇଁ ପାଣି ମଧ୍ୟ ପକାଇଥିଲେ ।
୨. ୬୨ ଘଣ୍ଟା ପରେ ବି ଉଦ୍ଧାର ହୋଇନି ତନ୍ମୟ । ୪ ଦିନ ହେବ ବୋରୱେଲରେ ଫସି ରହିଛି ୮ ବର୍ଷର ବାଳକ । ତେବେ ଜେସେବି ଦ୍ୱାରା ଖୋଳା ଚାଲିଛି । ପଥର ଏବଂ ପାଣି ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଛି ।
୩. ଗୁଜୁରାଟରେ ପଦ୍ମ ସୁନାମୀ । ଏଠାରେ ୭ମ ଥର ପାଇଁ ସରକାର ଗଢିବ ବିଜେପି । ବିରୋଧିଙ୍କୁ ମୁଳପୋଛ କରିଛି ମୋଦି ମ୍ୟାଜିକ । ହାତେଇ ନେଇଛି ଦେଢଶହରୁ ଅଧିକ ସିଟ ।
୪. ରାଜଧାନୀରେ ବଢିଚାଲିଛି ମଶାଙ୍କ ପ୍ରାର୍ଦୁଭାବ ।
ଏହି ଲିଷ୍ଟରେ ସବୁଠୁ ଆଗରେ ରାଜଧାନୀର ବଡ଼ଗଡ଼ ଅଞ୍ଚଳ। ଏହି ଅଞ୍ଚଳ ବାସୀଙ୍କୁ ଏମିତି କଲବଲ କରୁଛନ୍ତି ମଶା, ନା ଟିକେ ଶାନ୍ତିରେ ଲୋକେ ଶୋଇ ପାରୁଛନ୍ତି ନା ଉଠି ବସି ପାରୁଛନ୍ତି। ସଂଧ୍ୟା ହେଉ ହେଉ ଏଠାକାର ବାସିନ୍ଦା ଝରକା, କବାଟ ବନ୍ଦ କରି ଘରେ ରହିବାକୁ ବାଧ୍ୟ ହେଉଛନ୍ତି।
୫. କିଛି ଦିନ ହେବ ମୟୁରଭଞ୍ଜ ଜିଲ୍ଲାରେ ବଢିବାରେ ଲାଗିଛି ଶୀତ। ହାଡ଼ ଭଙ୍ଗା ଶୀତ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେଇପଡିଛି । ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ଶୀତ ଅନୁଭୂତ ହେଉଛି । ସକାଳୁ ଏବଂ ସନ୍ଧ୍ୟା ୮ ପରେ ରାସ୍ତାଘାଟ ଶୂନଶାନ୍ ହେଇଯାଉଛି ।
୬. ପଦ୍ମପୁର ଉପନିର୍ବାଚନରେ ବିଜେପି ପାଇଁ ବୁମେରାଂ ହେଲା ବର୍ଷା ସିଂ ବରିହାଙ୍କୁ ବ୍ୟକ୍ତିଗତ ସ୍ତରକୁ ଯାଇ ଟାର୍ଗେଟ କରିବା । ପ୍ରସଙ୍ଗ ଛାଡି ଅପ୍ରସଙ୍ଗକୁ ଅସ୍ତ୍ର କରିଥିଲେ ବିରୋଧୀ । ବର୍ଷାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅପପ୍ରଚାର କରିଥିଲେ । ତାଙ୍କର ସମ୍ମାନହାନୀ ହେବା ଭଳି ମନ୍ତବ୍ୟ ଦେଇଥିଲେ ବିଜେପିର ବରିଷ୍ଠ ନେତା ।
୭. ରାଜଧାନୀରେ କଙ୍ଗାରୁ କୋର୍ଟ । କମେଣ୍ଟ ମରାକୁ କେନ୍ଦ୍ର କରି ସଭା ମଝିରେ ଦଣ୍ଡ ଦେଲେ ଲୋକ । ୩ ଜଣଙ୍କୁ ସର୍ବସମ୍ମୁଖରେ କାନ ଧରି ଆଣ୍ଠେଇ ଦେଲେ । ଏହି ଦୃଶ୍ୟ ଭୁବନେଶ୍ୱର ବରମୁଣ୍ଡା ଅଞ୍ଚଳର । ପାଲାମଣ୍ଡପ ନିକଟରେ ତିନି ଜଣଙ୍କୁ ଶାସ୍ତି ଦେଇଛନ୍ତି ଲୋକ ।
୮. ପଦ୍ମପୁର ଉପନିର୍ବାଚନରେ ବିଜେଡିର ରେକର୍ଡ ବିଜୟ । ୪୨ ହଜାର ୬୭୯ ଭୋଟ୍ ମାର୍ଜିନରେ ଜିତିଛନ୍ତି ବର୍ଷା ସିଂ ବରିହା । ପଦ୍ମପୁରବାସୀ ବାପାଙ୍କଠାରୁ ତାଙ୍କୁ ଅଧିକ ଆଶୀର୍ବାଦ କରିଛନ୍ତି । ବିଜୟ ପରେ ଆଜି ଭୁବନେଶ୍ୱର ଆସୁଛନ୍ତି ବର୍ଷା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ।
୯. ସ୍ୱାମୀଙ୍କୁ ହାଣିଲେ । ଘରୁ ଲୁଟିଲେ । ଲୁଟ୍ ବେଳେ ବିରୋଧ କରିବାରୁ ଆକ୍ରମଣ । ଏଥିରେ ସ୍ୱାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇଛନ୍ତି । କଟକ ଜିଲ୍ଲା ସାଲେପୁର ଅନ୍ତର୍ଗତ ଲେଣ୍ଡର ଭଗବାନପୁର ଗାଁରେ ଗତକାଲି ବିଳମ୍ବିତ ରାତିରେ ଏହି ସଶସ୍ତ୍ର ଡକାୟତି ହୋଇଛି । ଦୁର୍ବୃତ୍ତଙ୍କ ଆକ୍ରମଣରେ ସ୍ୱାମୀ ହୃଷିକେଶ ମୁଦୁଲିଙ୍କର ମୃତ୍ୟୁ ହୋଇଛି । ଗୁରୁତର ଆହତ ହୋଇଛନ୍ତି ସ୍ତ୍ରୀ କନକଲତା । ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
୧୦. ସାପ ପାଇଁ ନାକେଦମ୍ । ତାହା ପୁଣି କଟକ ଏସ୍ସିବି ହସ୍ପିଟାଲରେ । ଯାହା ପାଇଁ ନାକେଦମ୍ ଏସ୍ସିବି କର୍ତ୍ତୃପକ୍ଷ। କିନ୍ତୁ ସବୁଠୁ ରୋଚକ କଥା ସବୁ ପରେ ବି ସାପ କିନ୍ତୁ ଗାୟବ! ଏପଟେ ସ୍ଥିତି ନିୟନ୍ତ୍ରଣକୁ ନ ଆସିବାରୁ ସ୍ନେକ୍ ହେଲ୍ପଲାଇନ୍ ସଦସ୍ୟ ଆସି ପହଞ୍ଚିଲେ। ବିଦ୍ୟୁତ୍ ବିଭାଗ ଓ ଏସି ମେକାନିକ୍‌ଙ୍କୁ ଡକାଯାଇ ଏସି ଖୋଲାଗଲା। ଘଣ୍ଟାଏ ଧରି ସାପକୁ ଧରିବାକୁ ଚାଲିଲା ପ୍ରୟାସ। ହେଲେ, କିଛି ବାହାରିଲାନି।

ଅନ୍ୟମାନଙ୍କୁ ଜଣାନ୍ତୁ।