You are currently viewing NEWS SUPERFAST 2@10

NEWS SUPERFAST 2@10

  • Post category:ଓଡିଶା
  • Reading time:1 mins read

୧. ଉତ୍ତରପ୍ରଦେଶର ଫିରେଜାବାଦରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘରୋଇ ବସ ସହିତ ଟ୍ରକ ଧକ୍କା ହେବା ଯୋଗୁଁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୧ରୁ ଅଧିକ ଆହତ ହୋଇଛନ୍ତି ।
୨. ତୱାଗ ଚୀନ – ଭାରତ ମୁହାଁମୁହିଁ ଘଟଣାରେ ଭାରତକୁ ଆମେରିକା ସମର୍ଥନ । ଭାରତକୁ ସମ୍ପର୍ଣ୍ଣ ସହଯୋଗ କରିବାକୁ ଆମେରିକାର ପ୍ରତିଶ୍ରୃତି । ସାମ୍ବାଦିକ ସମ୍ମିଳନୀ ପେଣ୍ଟଗନ ପ୍ରେସ ସଚିବ ପ୍ୟାଟ ରାଇଡର ଚୀନ ଭର୍ତ୍ସନା କରିବା ସହ ଏଲଏସିରେ ପ୍ରତିରକ୍ଷା ବିଭାଗ ତୀବ୍ରଦୃଷ୍ଟି ରଖିଛନ୍ତି ବୋଲି କହିଛନ୍ତି ।
୩. ତାଲା ଭାଙ୍ଗି ଦୋକାନରୁ ଚୋରି । ଇଲେଟ୍ରୋନିକ ଦୋକାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି । ଗଜପତି ମୋହନା ଥାନା ଚନ୍ଦ୍ରଗିରି ମୁଖ୍ୟ ବଜାର ସ୍ଥିତ ମୋହିତ ଇଲେଟ୍ରୋନିକ୍ସ ଦୋକାନରୁ ଚୋରୀ ହୋଇଛି । ତେବେ ଚୋରୀର ସମ୍ପୂର୍ଣ୍ଣ ଭିଡିଓ ସିସିଟିଭିରେ କଏଦ ହୋଇଛି ।
୪. ସମ୍ବଲପୁରରେ ଓକିଲ ଆନ୍ଦୋଳନ ପ୍ରସଙ୍ଗରେ ଆଜି ସୁପ୍ରିମମୋର୍ଟରେ ଭର୍ଚୁଆଲରେ ହାଜର ହେବେ ପୋଲିସ ଡିଜି ସୁନୀଲ ବଂଶଲ ଓ ସମ୍ବଲପୁର ଆଇଜି ଦୀପକ କୁମାର । କ’ଣ କାର୍ଯ୍ୟନୁଷ୍ଠାନ ନେଇଛନ୍ତି କୋର୍ଟକୁ ଅବଗତ କରାଇବେ ।
୫ . ଶିମିଳିପାଳରେ ହାତୀ ଶିକାର ଓ ପୋଡିଦେବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ରେଞ୍ଜର ଦାୟିତ୍ୱରେ ଥିବା ଫରେଷ୍ଟରଙ୍କ ସହ ୩ ଜଣଙ୍କୁ ଗିରଫ କରିଛି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ।
୬. ଭୁବନେଶ୍ୱର ରସୁଲଗଡ ଛକରେ ଗତକାଲି ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଏହି ଘଟଣାକୁ ନେଇ କିଛି ସମୟର ରାସ୍ତା ଜାମ ହୋଇଥିଲା । ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି ।
୭. ଏସଟିଏଫ ଟିମକୁ ବଡ ସଫଳତା । ବାରିପଦା ବନ ଖଣ୍ଡ ଅନ୍ତର୍ଗତ ଉଦଳା ରେଞ୍ଜରେ ବିସିପୁର ଗାଁ ନିକଟରୁ ଜନୈକ ବେପାରୀଙ୍କ ସମେତ ମହାବଳ ବାଘ ଚମଡା ଜବତ କରିଛି । ପୂର୍ବତନ ବନ୍ୟପ୍ରାଣୀ ସଂରକ୍ଷକ ଭାନୁମିତ୍ର ଆଚାର୍ଯ୍ୟଙ୍କ ସୂଚନା ମୁତାବକ ଭୁବନେଶ୍ୱରରୁ ଅସିଥିବା ଏହି ଏସଟିଏଫ ଟିମ ଗତ କାଲି ଚଢାଉ କରିଥିଲା ।
୮. ପୂର୍ବ ଶତ୍ରୃତାକୁ କେନ୍ଦ୍ରକରି ସଂଘବଦ୍ଧ ଆକ୍ରମଣ । ଜଣେ ମୃତ ଜଣେ ଗୁରୁତର । ଗାଙ୍ଗପୁର ଥାନା ଅନ୍ତର୍ଗତ ବଡବୋରସିଙ୍ଗି –ଖାରିଗୁଡା ରାସ୍ତାରେ ଘଟିଛି ଘଟଣା । ମୃତ ଯୁବକ ହେଲେ କାଳିଆଗୁଡା ଗ୍ରାମର ।
୯. ଶ୍ରୀମନ୍ଦିରରେ ଶ୍ରୀ ବିଗ୍ରହ ମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ତେଣୁ ଦ୍ୱିତୀୟ ଭୋଗ ମଣ୍ଡପ ଶେଷ ହେବାପରେ ଅପରାହ୍ନ ୫ଟାରୁ ରାତ୍ର ୯ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ।
୧୦ . ରାଜଧାନୀରେ ଚାଞ୍ଚଲ୍ୟ । ବାର୍ଥଡେ ପାର୍ଟିରେ ମହିଳାଙ୍କୁ ଗଣ ଦୁଷ୍କର୍ମ । ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ମଞ୍ଚେଶ୍ୱର ଅଞ୍ଚଳରେ ଏବେ ଏହି ଘଟଣାକୁ ନେଇ ଚାଞ୍ଚଲ୍ୟ ଦେଖିବାକୁ ମିଳିଛି । ଭୁବନେଶ୍ୱର ମଞ୍ଚେଶ୍ୱର ଧିରକୁଟ ବସ୍ତି ପାତ୍ରସାହିରେ ଦୀପକ କୁମାର ସେଠୀ ଏକ ବର୍ଥ ଡେ ପାର୍ଟି ଆୟୋଜନ କରିଥିଲେ । ସେଠାରେ ଅଧିକ ହୋହାଲ୍ଲା ହୋଇଥିଲା ଏହାକୁ ପିଡିତା ବିରୋଧ କରିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।