You are currently viewing NEWS SUPERFAST 2@10

NEWS SUPERFAST 2@10

  • Post category:ଓଡିଶା
  • Reading time:1 mins read

୧. ପାକିସ୍ତାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ପାକିସ୍ତାନର କାଲକରହାର ସଲ୍ଟ ରେଞ୍ଜ ଅଞ୍ଚଳରେ ବସ ଓଲଟିବା କାରଣରୁ ୧୨ ଜଣଙ୍କ ମୃତ୍ୟୁ ହୋଛି । ୫୦ ଜଣରୁ ଅଧିକ ଆହତ ହୋଇଛନ୍ତି ।
୨. ଭୂମିକମ୍ପ ପରେ ତୁର୍କୀ ଏବଂ ସିରିଆରେ ୨.୭ କୋଟି ଲୋକ ରୋଗରେ ପୀଡିତ । ତେଣୁ ନିଶ୍‌ୁଳ୍କ ଚିକିତ୍ସା ସହାୟତା ଦେଉଥିବା ସଂସ୍ଥା ଏମଏସଏଫର ୧୪ ଟି ଟ୍ରକ ଭୂମିକମ୍ପ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ସେବା ଯୋଗାଉଛନ୍ତି ।
୩. ଲାଲକିଲ୍ଲା ଆକ୍ରମଣ ମାମଲାର ଦୋଷୀ ମହମ୍ମଦ ଆରିଫଙ୍କୁ ଫାଶୀ ହୋଇପାରେ । ଏଥି ପାଇଁ ଡେଥ ୱାରେଣ୍ଟ ଜାରି କରିବାକୁ ତିହାର ଜେଲ ପ୍ରଶାସନ କହିଛି । ଜେଲ ପ୍ରଶାସନ କୋର୍ଟଙ୍କୁ ଚିଠି ଲେଖିଛି ।
୪. ପାର୍କିଂ ଲଟକୁ ନେଇ ଲାଗିଥିଲା ବିବାଦ । ବିହାର ପାଟନାର ଜେଠୁଲି ଗାଁରେ ପାର୍କିକୁ ନେଇ ଗତକାଲି ଘର ଏବଂ ଗାଡିରେ ନିଆ ଲଗାଇ ଦେବା ପରେ ଆଜି ଗୁଳିକାଣ୍ଡ ଘଟିଛି । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି ।
୫. ଆସନ୍ତାକାଲିଠୁ ବିଧାନସଭା ବଜେଟ ଅଧିବେଶନ । ବିଧାନସଭା ସୁରକ୍ଷା ପାଇଁ ୩୦ ପ୍ଲାଟୁନ ପୋଲିସ ମୁତୟନ ରହିବେ । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ୨ ପ୍ଲାଟୁନ ପୋଲିସ ମୁତୟନ ରହିବେ ।
୬. ସରିଲା ନିର୍ବନ୍ଧ । ସମ୍ବଲପୁର ଜିଲ୍ଲାପାଳଙ୍କ ହାତ ଧରିବେ ବଲାଙ୍ଗିର ଜିଲ୍ଲାପାଳ । ବିବାହ କରିବେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ।
୭. କେନ୍ଦ୍ରାପଡା ବସପୁର ନିକଟସ୍ଥ ଲୁଣା ନଦୀ କୂଳରେ ଘଟିଛି ଅଘଟଣ । ବାଲି ଉଠାଇବାକୁ ଯାଇଥିବା ଏକ ଟ୍ରକ ଧକ୍କାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି ।
୮. ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଢେଙ୍କାନାଳ କପିଳାସରେ ଆରମ୍ଭ ହେଲା ଜଙ୍ଗଲସଫାରୀ । ଶିମିଳିପାଳ, ଦେବ୍ରିଗଡ ,ବଂ ଚନ୍ଦକା ପରେ ଏବେ କପିଳାସ ଅଭୟାରଣ୍ୟରେ ଜଙ୍ଗଲ ସଫରୀ ମଜା ଉଠାଇ ପାରିବେ ପର୍ଯ୍ୟଟକ ।
୯. ଆଜି କିମ୍ବା କାଲି ଆସିପାରେ ନାର୍କୋ ଟେଷ୍ଟ ରିପୋର୍ଟ। ନବ ଦାସଙ୍କ ହତ୍ୟା ଘଟଣାରେ ଅଭିଯୁକ୍ତ ଗୋପାଳ ଦାସର ନାର୍କୋ ଓ ପଲିଗ୍ରାଫ ଟେଷ୍ଟ ରିପୋର୍ଟ ଦିନେ ଦୁଇଦିନ ମଧ୍ୟରେ ଦାଖଲ କରିବ ଗୁଜରାଟ ଗାନ୍ଧିନଗରର ଡିରେକ୍‌ଟୋରେଟ୍‌ ଅଫ୍‌ ଫରେନ୍‌ସିକ ସାଇନ୍‌ସ ସର୍ଭିସେସ- ଡିଏଫଏସଏସ। ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ବନ୍ଦ ଲଫାପାରେ ରିପୋର୍ଟ ଦାଖଲ ହେବ ।

୧୦ .ସ୍ତ୍ରୀକୁ ଟାଙ୍ଗିଆରେ ହାଣି ସ୍ୱାମୀର ଆତ୍ମ ସମର୍ପଣ । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ରଗଡା ଗାଁରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ । ଶାଶୁଘର ଲୋକ ଝିଅକୁ ଯୌତୁକ ନିର୍ଯ୍ୟାତନା ସହ ଜୀବନରୁ ମାରି ଦେବାକୁ ଧମକ ଦେଉଥିବା ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।