You are currently viewing ପୁରୀସମୁଦ୍ରରୁ ନିଖୋଜ ଯୁବକଙ୍କ ମୃତ ଦେହ ବେଲେଶ୍ୱରରୁ ଉଦ୍ଧାର

ପୁରୀସମୁଦ୍ରରୁ ନିଖୋଜ ଯୁବକଙ୍କ ମୃତ ଦେହ ବେଲେଶ୍ୱରରୁ ଉଦ୍ଧାର

  • Post category:ଓଡିଶା
  • Reading time:1 mins read

ପୁରୀ(ଏଏନଏସ)୧୮/୦୪, ଗତ ଶନିବାର ସକାଳୁ ପୁରୀ ସମୁଦ୍ରରେ ପୁଅ ସହ ଗାଧଉଥିବା ବେଳେ ବଂଶୀଧର। ପୁଅ ସମ୍ମୁଖରେ ବାପା ସମୁଦ୍ରରେ ଭାସିଯିବା ଘଟଣାରେ ଅତ୍ୟନ୍ତ ଦୁଃଖଦ ଖବର । ବଂଶୀଧର ହେଉଛନ୍ତି ବାଲେଶ୍ୱର ଜିଲ୍ଲା ସିଙ୍ଗଲା ଥାନା ଅଧୀନ ସଚିନା ଗ୍ରାମର । ତାଙ୍କର ପୁରା ନାମ ହେଉଛି ବଂଶୀଧର ବେହେରା (୩୫) । ତାଙ୍କ ମୃତ ଦେହକୁ ଚନ୍ଦ୍ରଭାଗା ମେରାଇନ୍‌ ଥାନା ଅଧୀନ ବେଲେଶ୍ୱର ଓ ରାମଚଣ୍ଡୀ ମଝି ବେଳାଭୂମିରୁ ଜବତ କରିଛି ପୁଲିସ ।
ଖବରରୁ ପ୍ରକାଶ ଯେ, ନିଖୋଜ ହୋଇଥିବା ବଂଶୀଧରଙ୍କୁ ସମ୍ପର୍କୀୟମାନେ ଖୋଜାଖୋଜି କରୁଥିଲେ । ରବିବାର ରାତିରେ ତାଙ୍କ ଶବ ବେଳାଭୂମିରେ ଲାଗିଥିବା ଦେଖିବାକୁ ପାଇଥିଲେ । ଚନ୍ଦ୍ରଭାଗା ମେରାଇନ୍‌ ଥାନା ଆଇଆଇସି ନୀଳିମା ପଟ୍ଟନାୟକ ଓ ତାଙ୍କ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିଛନ୍ତି । ଏନେଇ ସେହି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯିବା ସହ ସୋମବାର ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।