You are currently viewing ନିରପେକ୍ଷ ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ

ନିରପେକ୍ଷ ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏ ଏନ୍ ଏସ) ୦୯/୧୧: ପଦ୍ମପୁର ଉପନିର୍ବାଚନ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନିଙ୍କ ପ୍ରତିକ୍ରିୟା । ସେ କହିଛନ୍ତି ସୁରୁଖୁଖୁରୁରେ ନିର୍ବାଚନ ପରିଚାଳନା ପାଇଁ ଆମେ ପ୍ରସ୍ତୁତ ଅଛୁ । ଧାମନଗର ଭଳି ଆମକୁ ସବୁ ରାଜନୈତିକ ଦଳ ସହଯୋଗ କରିବେ ବୋଲି ଆଶା । ଅବାଧ ନିରପେକ୍ଷ ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ ଅଛୁ ।

ସୂଚନା ଥାଉକି ବିଜେଡି ବିଧାୟକ ବିଜୟରଞ୍ଜନ ସିଂହ ବରିହାଙ୍କ ଦେହାନ୍ତ ପରେ ଆସନ ଖାଲି ପଡିଛି । ଏଥିପାଇଁ ଡିସେମ୍ବର ୫ରେ ହେବ ପଦ୍ମପୁର ଉପନିର୍ବାଚନ । ଏଥିଲାଗି ନଭେମ୍ବର ୧୦ରେ ପ୍ରକାଶ ପାଇଁ ବିଧିବଦ୍ଧ ବିଜ୍ଞପ୍ତି । ଏହାପରେ ନଭେମ୍ବର ୧୮ରେ ପ୍ରାର୍ଥୀପତ୍ରର ହେବ ଯାଞ୍ଚ । ନଭେମ୍ବର ୨୧ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ଦିନ ହୋଇଥିବା ବେଳେ ସେହି ଦିନ ଚୂଡାନ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ । ପରେ ଡିସେମ୍ବର ୧୦ରେ ଭୋଟ ଗଣତି ଓ ଫଳାଫଳ।

ଅନ୍ୟମାନଙ୍କୁ ଜଣାନ୍ତୁ।