You are currently viewing ଓଡିଶା ସଡକ ପରିବହନ ମହାସଂଘର ସାମ୍ବାଦିକ ସମ୍ମିଳନୀ

ଓଡିଶା ସଡକ ପରିବହନ ମହାସଂଘର ସାମ୍ବାଦିକ ସମ୍ମିଳନୀ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(୮.୧୧.୨୨) : ଓଡିଶା ସଡକ ପରିବହନ ମହାସଂଘ ପକ୍ଷରୁ ୟୁନିଟ୍ ନଅ ସ୍ଥିତ ଲୋହିଆ ଏକାଡେମୀ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଓଡିଶା ସଡକ ପରିବହନ ମହାସଂଘ ରାଜ୍ୟ ସରକାରଙ୍କ ପାଖରେ ପରିବହନ କ୍ଷେତ୍ରରେ କାମ କରୁଥିବା କର୍ମଚାରୀ ମାନଙ୍କ ସାମାଜିକ ସୁରକ୍ଷା ଓ ନିର୍ମାଣ ଶ୍ରମିକ ପରି ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଦାବି କରି ଆସୁଥିଲା । ଯାହାକୁ ସରକାର ବିଚାରକୁ ନେଇ ଶ୍ରମିକ କଲ୍ୟାଣ ପାଣ୍ଠି ଗଠନ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ପରିବହନ ବିଭାଗ ତରଫରୁ ଏକ ଚିଠା ପ୍ରସ୍ତୁତ କରାଯାଇ ଶ୍ରମ ବିଭାଗକୁ ହସ୍ତାନ୍ତର କରାଯାଇ ଥିଲା । ରାଜ୍ୟ ସରକାରଙ୍କ ସଚିବ ଓ ସର୍ବୋଚ୍ଚ ଅଧିକାରୀ ମାନେ ବାରମ୍ବାର ବୈଠକ କରି ଏହାର ବିଚାର ବିମର୍ଶ କରିଥିଲେ । ଯହା ଚୁଡାନ୍ତ ପର୍ଯ୍ୟାୟରେ ପହଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ କ୍ୟାବିନେଟରେ ପାସ୍ ହୋଇ ବିଲରେ ପରିଣତ ହେଲେ ସମସ୍ତ ପରିବହନ ଶ୍ରମିକ ମାନେ ଉପକୃତ ହେବେ । କିନ୍ତୁ ପ୍ରସ୍ତୁତ ଚିଠାରେ ପରିବହନ ଶ୍ରମିକ ମାନଙ୍କ ଦୁର୍ଘଟଣା ମୃତ୍ୟୁ ଓ ସାଧାରଣ ମୃତ୍ୟୁ ପାଇଁ ଥିବା ଅର୍ଥରାଶି କମ୍ କରାଯାଇଛି । ଏହାକୁ ୧୦ ଲକ୍ଷ ଓ ୭ ଲକ୍ଷ କରାଯାଉ ଏବଂ ସପରିବାରକୁ ସ୍ୱାସ୍ଥ୍ୟ ବୀମାଭୂକ୍ତ କରାଯଇ ୫ ଲକ୍ଷ ପ୍ରଦାନ କରାଯାଉ । ନିର୍ମାଣ ଶ୍ରମିକଙ୍କ ପରି ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଉ ।

\ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରାଯାଉ ବୋଲି ସାମ୍ବାଦିକ ସମ୍ମିଳନୀରେ ସଂଘର କର୍ମକର୍ତ୍ତା ମାନେ କହିଥିଲେ । ଏଥି ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ, ଶ୍ରମ ମନ୍ତ୍ରୀ, ଶ୍ରମିକ ନେତା, ରାଜ୍ୟ ଶ୍ରମିକ କଲ୍ୟାଣ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନର ମାନ କଟକ ମହାନଗର ନିଗମର ମେୟର ସୁବାଷ ସିଂ, ସଚିବ ଓ ସମସ୍ତ ପ୍ରଶାସନିକ ଅଧିକାରୀ ମାନଙ୍କୁ କୃତଜ୍ଞତା ଜଣାଇ ଥିଲେ । ଏବଂ ଏହାକୁ ଭଣ୍ଡୁର କରିବାକୁ ହୀନ ଚକ୍ରାନ୍ତ କରୁଥିବା ଲୋକ ମାନଙ୍କୁ ନିନ୍ଦା କରିଥିଲେ । କିଛି କୁଚକ୍ରୀ ଗୋଷ୍ଠି ରାଜନୈତିକ ମନ୍ଦ ଉଦେଶ୍ୟ ରଖି ହୀନ ଚକ୍ରାନ୍ତ ଚଳାଇ ଛନ୍ତି । ସେଥିରୁ ନିବୃତ ରୁହନ୍ତୁ ଏବଂ ୧୦ ଲକ୍ଷ ପରିବହନ ଶ୍ରମିକଙ୍କ ସ୍ୱାର୍ଥ ରକ୍ଷା କରିବା ପାଇଁ ସହଯୋଗର ହାତ ବଢାନ୍ତୁ ବୋଲି କର୍ମକର୍ତ୍ତା ମାନେ କହିଥିଲେ । ଏହି ସମ୍ମିଳନୀରେ ନବ କିଶୋର ମହାନ୍ତି, ପଦ୍ମନ କୁମାର ସାମଲ, ଦେବେନ୍ଦ୍ର ପାଣିଗ୍ରାହୀ, ଗଣେଷ ମାହାରୀ, ଅକ୍ଷୟ ନାୟକ, ଦୁର୍ଗା ଚରଣ ଖୁଣ୍ଟିଆ, ଅଶୋକ ସାବତ, ଦୁର୍ଗା ଚରଣ ସାହୁ, ସନ୍ତୋଷ ସାହୁ, ବିଜୟ ପଟ୍ଟନାୟକ, ବିଦ୍ୟାଧର ପ୍ରଧାନ, ଦେବେନ୍ଦ୍ର ପରିଡା, ଧିରେନ୍ଦ୍ର ସ୍ୱାଇଁ, ରାମନାଥ ସୁବୁଦ୍ଧି, ଅମିତ ମହାପାତ୍ର, ରମାକାନ୍ତ ସେଠୀ, ସମ୍ପଦ କୁମାର ଭୂୟାଁ, ସୁବ୍ରତ ଦାସମହାପାତ୍ର, ରାଜା ନାୟକ, ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ବିରି ନାରାୟଣ କର ଓ ବିଭିନ୍ନ ଜିଲ୍ଲାର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।