You are currently viewing ଗୋଟିଏଗଛ ୩୦୦ ପ୍ରକାର ଆମ୍ବ

ଗୋଟିଏଗଛ ୩୦୦ ପ୍ରକାର ଆମ୍ବ

  • Post category:ଓଡିଶା
  • Reading time:1 mins read

ଗଛ ଗୋଟିଏ, ଆମ୍ବ ୩୦୦ ପ୍ରକାର । ଆଶ୍ଚର୍ଯ୍ୟ ହେଲେ ବି ସତ । ଉତ୍ତରପ୍ରଦେଶର ମାଲିହାବାଦରେ ଏହି ବିରଳ ଆମ୍ବ ଗଛଟି ଲେଖିଛି ବିରଳ ରେକର୍ଡ । କିନ୍ତୁ ଅଧିକ ବିସ୍ମୟ ଏହି ଗଛର ସ୍ରଷ୍ଟା । ସେ ଭାରତର ମ୍ୟାଙ୍ଗୋ ମ୍ୟାନ୍ କଲିମଉଲ୍ଲା ଖାନ୍ । ମାଲିହାବାଦର ଏହି ଆମ୍ବ କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ବେଶ୍ ପ୍ରସିଦ୍ଧ । ଦଶନ୍ଧି ଦଶନ୍ଧି ଧରି କଠିନ ପରିଶ୍ରମ କରିବା ପରେ ଏହି ଗଛକୁ ପୁରସ୍କାର ଭାବେ ପାଇଛନ୍ତି ବୋଲି କମିଲଉଲ୍ଲା କହିଛନ୍ତି । ସାଧାରଣଲୋକଙ୍କ ଆଖିରେ ଏହା କେବଳ ଗୋଟିଏ ଗଛ, କିନ୍ତୁ ଯଦି ଏହାକୁ ତୁମେ ମନରୁ ଭାବିବ ତେବେ ଏହା ଏକ ବୃକ୍ଷ, ଏକ ଉଦ୍ୟାନ ଏବଂ ବିଶ୍ବର ବୃହତ୍ତମ ଆମ୍ବ କୋଲାଜ ।

୧୨୦ ବର୍ଷର ନମୂନା । ଅର୍ଥାତ ମୂଳ ଗଛଟି ୧୨୦ ବର୍ଷ ପୁରୁଣା । ତାର ପ୍ରତି ଡାଳରେ ବିଭିନ୍ନ ରଙ୍ଗ, ସ୍ବାଦ ଓ ଆକାରର ଭିନ୍ନ ଭିନ୍ନ ଆମ୍ବ । ମ୍ୟାଙ୍ଗୋ ମ୍ୟାନ୍ କଲିମଉଲ୍ଲାଙ୍କ ଦୀର୍ଘ ପରିଶ୍ରମର ଫଳ । ମାଲିହାବାଦର ଏକ ଛୋଟ ସହର ବାସିନ୍ଦା କଲିମଉଲ୍ଲା ଖାନ୍ ସ୍କୁଲ ପାଠ ବି ଶେଷ କରିନାହାନ୍ତି । କିନ୍ତୁ ଆମ୍ବ କଲମୀ ଉପରେ ତାଙ୍କର ଗବେଷଣା ଓ ପରୀକ୍ଷାନୀରିକ୍ଷା ତାଙ୍କୁ ଅତି ବିରଳ ସଫଳତା ଦେଇଛି ।

ସ୍କୁଲ ଛାଡିବା ପରେ କଲିମଉଲ୍ଲା ଗ୍ରାଫ୍ଟିଙ୍ଗରେ ନିଜର ପ୍ରଥମ ପରୀକ୍ଷଣ କରିଥିଲେ। ସେ ଆମ୍ବର ନୂତନ କିସମ ସୃଷ୍ଟି କରିବା ପାଇଁ ବିଭିନ୍ନ ପ୍ରଜାତିର ଗଛର ଅଂଶଗୁଡିକୁ ସାମିଲ କରିଥିଲେ । ଏହିଭଳି ଭାବେ ସେ ୭ଟି ନୂତନ ପ୍ରକାରର ଫଳ ଉତ୍ପାଦନ ପାଇଁ ଏକ ଗଛ ପ୍ରତିପୋଷଣ କରିଥିଲେ । କିନ୍ତୁ ଦୁଃଖର ବିଷୟ ସେହି ଗଛଟି ଝଡତୋଫାନରେ ଉଡିଯାଇଥିଲା। ପୁଣି ଥରେ ୧୯୮୭ରେ ସେ ପରୀକ୍ଷଣ କରିଥିଲେ । ସେ ୧୨୦ ବର୍ଷ ପୁରୁଣା ନମୁନାରୁ ଏକ ବିଶାଳ ଆମ୍ବ ବୃକ୍ଷରେ ୩ ଶହରୁ ଅଧିକ ପ୍ରକାରର ଆମ୍ବ ଫଳାଇଛନ୍ତି ।

କଲିମଉଲ୍ଲା ତାଙ୍କ ଉଦ୍ୟାନରେ ଥିବା ବିଭିନ୍ନ ଆମ୍ବର ନାମକରଣ ମଧ୍ୟ କରିଛନ୍ତି । ସର୍ବପ୍ରଥମେ ସୃଷ୍ଟି କିସମରୁ ଗୋଟିଏର ନାମ ବଲିଉଡ ତାରକା ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ନାଁରେ ‘ଐଶ୍ବର୍ଯ୍ୟା’ ନାମକରଣ କରିଛନ୍ତି । ଏହି ଆମ୍ବ ଅଭିନେତ୍ରୀ ଐଶ୍ବର୍ଯ୍ୟାଙ୍କ ପରି ସୁନ୍ଦର । ତେଣୁ ଏହାର ନାମକରଣ ଏଭଳି କରାଯାଇଛି । ଆମ୍ବର ଓଜନ ୧ କିଲୋଗ୍ରାମରୁ ଅଧିକ । ଏହାର ରଙ୍ଗ ଲାଲ । ଏହାର ସ୍ବାଦ ବହୁତ ମିଠା । ଐଶ୍ବର୍ଯ୍ୟାଙ୍କ ବ୍ୟତୀତ କଲିମଉଲ୍ଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପ୍ରସିଦ୍ଧ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ନାମକୁ ନେଇ ମଧ୍ୟ ଆମ୍ବ କିସମ ସୃଷ୍ଟି କରିଛନ୍ତି।

କଲିମଉଲ୍ଲା ଖାନଙ୍କୁ ତାଙ୍କ ଦକ୍ଷତା ପାଇଁ ଅନେକ ଥର ସମ୍ମାନୀତ କରାଯାଇଛି । ୨୦୦୮ରେ ସେ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ । ଏହା ବ୍ୟତୀତ ସେ ଇରାନ ଏବଂ ୟୁଏଇରୁ ନିମନ୍ତ୍ରିତ ହୋଇଥିଲେ । ମରୁଭୂମିରେ ବି ଆମ୍ବ ଉତ୍ପାଦନ କରିପାରବେ ବୋଲି କଲିମଉଲ୍ଲା ଦାବି କରନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।