You are currently viewing ଏସ.ସି.ବି ରେ ଅନଲାଇନ  ଓପିଡି ପଞ୍ଜିକରଣ

ଏସ.ସି.ବି ରେ ଅନଲାଇନ ଓପିଡି ପଞ୍ଜିକରଣ

  • Post category:ଓଡିଶା
  • Reading time:1 mins read

କଟକ(ଏଏନଏସ)୦୯/୦୫, ଏବେ ଆଉ ଓପିଡି ଟିକେଟ ପାଇଁ ଲାଇନ ଲଗାଇ ଖରାରେ ଅପେକ୍ଷା କରିବାକୁ ପଡିବ ନାହିଁ । ଏଣିକି ଏସସିବିରେ ଓପିଡି ରୋଗୀ ସେବା ପାଇଁ ଆରମ୍ଭ ହେଲା ଅନଲାଇନ ପଞ୍ଜୀକରଣ ବ୍ୟବସ୍ଥା । ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ଚିକିତ୍ସା ପାଇଁ ୭ ହଜାରରୁ ଅଧିକ ରୋଗୀ ଆସୁଛନ୍ତି । ୨୦ଟି କାଉଣ୍ଟର ଥିଲେ ମଧ୍ୟ ଖରାରେ ଘଣ୍ଟା ଘଣ୍ଟା ଧରି ଲୋକମାନେ ଓପିଡି ଟିକେଟ ପାଇଁ ଲାଇନ ଲଗାଇ ଅପେକ୍ଷା କରୁଥିଲେ । କିନ୍ତୁ ଏବେ ଆଉ ଏପରି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ନିଷ୍ପତ୍ତି ଅନୁଯାୟୀ WWW. ESWASTHYA.ODISHA.GOV.IN ଘରେ ଲଗ୍ ଇନ୍ କରି ପଞ୍ଜିକରଣ କରିପାରିବେ ରୋଗୀ ଓ ତାଙ୍କ ସଂପର୍କୀୟ । ୭ଦିନ ପାଇଁ ଆବଶ୍ୟକ ଅନୁଯାୟୀ ଟିକେଟ ବୁକିଂ ଜାରି ହେବ । ରାତି ୧୨ଟାରୁ ବୁକିଂ ହେବା ସହ ଲୋକଙ୍କ ପାଇଁ ଅଫଲାଇନ ଟିକେଟ ବୁକିଂ ମଧ୍ୟ ଜାରି ରହିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।