You are currently viewing ପଦ୍ମଶ୍ରୀ ନନ୍ଦ ସାର୍‌ଙ୍କ ପରଲୋକ

ପଦ୍ମଶ୍ରୀ ନନ୍ଦ ସାର୍‌ଙ୍କ ପରଲୋକ

ଭୁବନେଶ୍ୱର(ଏଏନଏସ) ୦୭.୧୨.୨୦୨୧, ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ଓରଫ ନନ୍ଦ ସାର୍‌ଙ୍କ ପରଲୋକ। ୧୦୪ ବର୍ଷ ବୟସରେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି। କିଛି ଦିନ ତଳେ ନନ୍ଦ ସାର ଅସୁସ୍ଥ ଅନୁଭବ କରି ତଳେ ପଡ଼ି ଯାଇଥିଲେ । ପରେ ତାଙ୍କୁ  ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ନନ୍ଦ ସାର୍ କରୋନାରେ ଆକ୍ରାନ୍ତ ହୋଇ କଳିଙ୍ଗନଗର ଡୁବୁରୀ ସ୍ଥିତ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ପରେ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥାନ୍ତାନ୍ତର କରାଯାଇଥିଲା ।

ସୂଚନାଯୋଗ୍ୟ, ନଭେମ୍ବର ୯ ତାରିଖରେ ନୂଆଦିଲ୍ଲୀ ଠାରେ ରାଷ୍ଟ୍ରପତିଙ୍କ ଦ୍ୱାରା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ ନନ୍ଦ ସାର୍ ।  ନନ୍ଦ ସାର୍ ଦୀର୍ଘ ୭୫ ବର୍ଷ ହେଲାଣି ଗାଁ ଛୁଆଙ୍କୁ ପାଠପଢ଼ାଇ ଆସୁଥିଲେ । ତେବେ ଏଥିପାଇଁ ସେ କୌଣସି ପାରିଶ୍ରମିକ ନେଉନଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।