You are currently viewing ନିର୍ବାଚନୀ ହିଂସା: ସମିତି ସଭ୍ୟ ପ୍ରାର୍ଥୀଙ୍କ ଘର ଉପରକୁ ବୋମାମାଡ

ନିର୍ବାଚନୀ ହିଂସା: ସମିତି ସଭ୍ୟ ପ୍ରାର୍ଥୀଙ୍କ ଘର ଉପରକୁ ବୋମାମାଡ

ସାଲେପୁର(ଏଏନଏସ)୧୬.୦୨.୨୦୨୨, ରାଜ୍ୟରେ ପଞ୍ଚାୟତ ନିର୍ବାଚନକୁ ନେଇ ସରଗରମ ରହିଛି ଗାଁ ରାଜନୀତି । ବିଭିିନ୍ନ ସ୍ଥାନରେ ନିର୍ବାଚନୀ ହିଂସା ମଧ୍ୟ ଦେଖିବାକୁ ମିଳିଛି । କଟକ ଜିଲ୍ଲା ସାଲେପୁର ଶିଶୁଆ ଗ୍ରାମ ପଞ୍ଚାୟତରୁ ଏପରିକି ରାଜନୈତିକ ହିଂସାକାଣ୍ଡ ଖବର ଆସିଛି । ଶିଶୁଆ ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥୀ ଦିଲ୍ଲୀପ ଦାଶଙ୍କ ଘର ଉପରକୁ ବିଳମ୍ଵିତ ରାତିରେ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ଶିଶୁଆ ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥୀ ଦିଲ୍ଲୀପ ଦାଶଙ୍କ ଘରକୁ ଲଗାତାର ଦୁଇଟି ବୋମାମାଡ଼ ହୋଇଛି । ବୋମାମାଡ଼ ସମୟରେ ଅନ୍ୟ ଗାଁକୁ ନିର୍ବାଚନୀ ପ୍ରଚାରରେ ଯାଇଥିବା କାରଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସମିତି ସଭ୍ୟ ପ୍ରାର୍ଥୀ ଦିଲ୍ଲୀପ ଦାଶ । ଏଥିରେ ତାଙ୍କ ପତ୍ନୀ ନିରୁପମା ପତି ଗୁରୁତର ହୋଇଛନ୍ତି । ତାଙ୍କୁ ପ୍ରଥମେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ସାଲେପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।