You are currently viewing ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ, ମତଦାନ ସାବ୍ୟସ୍ତ କରିବେ ୫୬ ଲକ୍ଷ ଭୋଟର

ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ, ମତଦାନ ସାବ୍ୟସ୍ତ କରିବେ ୫୬ ଲକ୍ଷ ଭୋଟର

ଭୁବନେଶ୍ୱର(ଏଏନଏସ)୧୯.୦୨.୨୦୨୨, ଆସନ୍ତାକାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ୬୩ ବ୍ଲକର ୧୭୧ ଜିଲ୍ଲା ପରିଷଦ ଆସନ ପାଇଁ ହେବ ନିର୍ବାଚନ । ୧ ହଜାର ୩୮୨ ସରପଞ୍ଚ, ସମିତି ସଭ୍ୟ ଏବଂ ୧୮ ହଜାର ୪୯୫ଟି ଓ୍ବାର୍ଡରେ ଭୋଟିଂ ହେବ । ୫୬ ଲକ୍ଷ ୫୩ ହଜାର ୪୦୫ ଭୋଟର ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ । ସେଥିମଧ୍ୟରୁ ୨୭୭୩ଟି ସମ୍ବେଦନଶୀଳ ବୁଥ ରହିଛି । ସେପଟେ ଆସନ୍ତା ୨୨ତାରିଖରେ ସାରା ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ହେବ । ଏଥିପାଇଁ ଜୋରଦାର ପ୍ରଚାର ଚାଲିଛି ।

ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ କିଛି ବୁଥରେ ଗଣ୍ଡଗୋଳ ଯୋଗୁଁ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା । ତେବେ ଦ୍ୱିତୀୟ ପର୍ଯ୍ୟାୟରେ ୧୩ଟି ବୁଥରେ ପୁନଃ ମତଦାନ ପାଇଁ ପ୍ରସ୍ତାବ ଆସିଛି । ସେହିପରି ଦୁଇଟି ବୁଥରେ ବାଲାଟ ତ୍ରୁଟି ନେଇ ରିପୋର୍ଟ ଆସିଛି । ସେହିପରି ପ୍ରଥମ ପର୍ଯ୍ୟାୟରେ ୨୫ଟି ବୁଥର ପୁନଃ ମତଦାନ ନେଇ ପ୍ରସ୍ତାବ ଆସିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।