You are currently viewing ଏସିଏଫ ମୃତ୍ୟୁ ମାମଲା, ଅଡ଼ୁଆ ଖିଅରୁ ଖୋଲୁଛି ରହସ୍ୟ !

ଏସିଏଫ ମୃତ୍ୟୁ ମାମଲା, ଅଡ଼ୁଆ ଖିଅରୁ ଖୋଲୁଛି ରହସ୍ୟ !

ଭୁବନେଶ୍ୱର-୧୯.୦୭.୨୦୨୧,ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଯୁବ ସହକାରୀ ବନ ସଂରକ୍ଷକ(ଏସିଏଫ) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ, ଦିନ ରହସ୍ୟ ମୟ ହେବାରେ ଲାଗିଛି । ଗତ ୧୨ ତାରିଖ ରାତିରେ ସୌମ୍ୟ ଓ ତାଙ୍କ ପତ୍ନୀ ସରକାରୀ କ୍ୱାର୍ଟରରେ ଥିଲେ। ରାତି ପ୍ରାୟ ୯ଟା ବେଳେ ସୌମ୍ୟଙ୍କ ଦେହରେ ନିଆଁ ଲାଗି ଯାଇଥିଲା। ପରେ ତାଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌ରେ ଭିର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ୧୩ ତାରିଖ ସକାଳେ ତାଙ୍କୁ କଟକ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୌମ୍ୟଙ୍କର ମୃତ୍ୟୁ ଘଟିଥିଲା। ସୋମ୍ୟଙ୍କ ମୃତ୍ୟୁକୁ ନେଇ ପରିବାର ଲୋକ ପତ୍ନୀ ବିଦ୍ୟାଭାରତୀଙ୍କ ସମେତ ଆଉ ଦୁଇ ଜଣଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି।

ଏନେଇ ଆଜି ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର କଟକ ଆସି ପୋଲିସ ଡିଜି ଅଭୟଙ୍କୁ ଏକ ଦାବିପତ୍ର ଦେଇଛନ୍ତି ।, ମୋ ପୁଅ ମୃତ୍ୟୁ ଘଟଣାରେ ବୋହୂ ଏବଂ ଡିଏଫଓଙ୍କ ଉପରେ ଆମର ସନ୍ଦେହ ହେଉଛି। ବୋଲି ଏତଲା ରେ ଲେଖା ହେବା ସହ ଏଥିରେ ଜଣେ ମହିଳା ଆଇଆଇସି ସମ୍ପୃକ୍ତ ରହିଥିବା ଉଲେଖ କରିଛନ୍ତି ସୌମ୍ୟ ଙ୍କ ବାପା । ଆଇଆଇସିଙ୍କ ନିର୍ଦ୍ଦେଶରେ ଫରେଷ୍ଟ କାର୍ଯ୍ୟାଳୟ ଆଗରେ ଆମ୍ବୁଲାନ୍ସକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକା ଯାଇଥିଲା। ସମ୍ପୃକ୍ତ ଆଇଆଇସିଙ୍କ ନିର୍ଦ୍ଦେଶରେ ଫରେଷ୍ଟ ଅଫିସ୍ ଆଗରେ ଆମ୍ବୁଲାନ୍ସକୁ ଘଣ୍ଟାଏ ଅଟକା ଯାଇଥିଲା । ୮୦ ପ୍ରତିଶତ ପୋଡ଼ି ଯାଇଥିଲେ ମଧ୍ୟ ମେଡିକାଲ ନେବା ପରିବର୍ତ୍ତେ ଆମ୍ବୁଲାନ୍ସକୁ ଅଟକାଯାଇଥିଲା , ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେଉ ଓ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ ଦାବି କରିଛନ୍ତି ।

ଅନ୍ୟପଟେ ୬ଜଣିଆ ପୋଲିସ ଟିମ୍ ବାଲେଶ୍ଵରରେ ଥିବା ସୌମ୍ୟରଞ୍ଜନଙ୍କ ଘରେ, ମୟୂଭଞ୍ଜରେ ଥିବା ବିଦ୍ୟାଭାରତୀଙ୍କ ଘରେ ପହଞ୍ଚି ଉଭୟ ସୌମ୍ୟଙ୍କ ପରିବାର ଲୋକ ଏବଂ ବିଦ୍ୟାଭାରତୀଙ୍କୁ ପଚରାଉଚୁରା କରି ତଦନ୍ତ ତଦନ୍ତ ଜାରି ରଖିଛି ।ଖୁବଶୀଘ୍ର ଏହି ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ ଏବଂ ନ୍ୟାୟ ମିଳିବ ବୋଲି ସୌମ୍ୟଙ୍କ ପରିବାର ଲୋକେ ଆଶା ରଖିଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।