You are currently viewing ଆଜି ପିପିଲି ଉପନିର୍ବାଚନ, ୧୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ

ଆଜି ପିପିଲି ଉପନିର୍ବାଚନ, ୧୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ

ପିପିଲି-୩୦.୦୯.୨୦୨୧, ଆଜି ପିପିଲି ଉପନିର୍ବାଚନ । ପୁରୀର ପିପିଲି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ପ୍ରକ୍ରିୟା ଜାରି ରହିଛି । ୧୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ପିପିଲିର ୨.୩ ଲକ୍ଷ ଭୋଟର । ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ମତଦାନ ପ୍ରକ୍ରିୟା । ସମୁଦାୟ ୩୪୮ଟି ବୁଥରେ ୨ଲକ୍ଷ ହଜାର ୯୯୮ ଜଣ ଭୋଟର ମତଦାନ ଦେବାର ବ୍ୟବସ୍ଥା କରାଯାଇଛି। ସେଥି ମଧ୍ୟରୁ ୨୦୧ଟି ବୁଥକୁ ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି। ଏହି ସମ୍ବେଦନଶୀଳ ବୁଥଗୁଡ଼ିକ ମଧ୍ୟରୁ ୧୭୫ଟିରେ ୱେବକାଷ୍ଟିଙ୍ଗ ଓ ୧୨ଟିରେ ଭିଡିଓଗ୍ରାଫି ବ୍ୟବସ୍ଥା କରାଯାଇଛି। ସେହିପରି ୨୩ଟି ବୁଥରେ ମାଇକ୍ରୋ ଅବଜରଭର୍ ମୁତୟନ ହୋଇଛନ୍ତି । ଭୋଟ ଦାନ ପ୍ରକ୍ରିୟାକୁ ଶାନ୍ତି ଶୃଙ୍ଖଳାର ସହ କରିବା ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ୨୨ ଶହ ପୋଲିଂ କର୍ମଚାରୀ ଓ ୧୯୮୩ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି।

କରୋନା କଟକଣା ମଧ୍ୟରେ ଭୋଟ ଦାନ ଜାରି ରହିଛି । ସବୁ ବୁଥରେ ଭୋଟରମାନଙ୍କ ଥର୍ମାଲ ସ୍କ୍ରିନିଙ୍ଗ କରାଯାଉଛି। ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଡବଲ ଡୋଜ ଟିକା ନେଇଥିବା କର୍ମଚାରୀ ଭୋଟିଂ କେନ୍ଦ୍ରରେ ମୁତୟନ ହୋଇଛନ୍ତି। କରୋନା ଲକ୍ଷଣ ଥିବା ଭୋଟର ଘରେ ରହି ଶେଷ ମୁହୁର୍ତ୍ତରେ ଭୋଟ ଦେଇପାରିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏଥି ସହିତ ପ୍ରତି ବୁଥରେ ହଜାରେ ଜଣ ମତଦାତା ଭୋଟ ଦେବାର ପ୍ରକ୍ରିୟା ରହିଛି।
ସୂଚନାଅନୁସାରେ, ପୋଷ୍ଟାଲ ବାଲଟ ଜରିଆରେ ଭୋଟ ଦେଇଛନ୍ତି ୧୦୭୭ ଜଣ ।

ଅନ୍ୟମାନଙ୍କୁ ଜଣାନ୍ତୁ।