You are currently viewing ବାଲିଯାତ୍ରା ପାଇଁ କାଲିଠାରୁ ଆରମ୍ଭ ହେବ ପ୍ଲଟ ପଞ୍ଜିକରଣ

ବାଲିଯାତ୍ରା ପାଇଁ କାଲିଠାରୁ ଆରମ୍ଭ ହେବ ପ୍ଲଟ ପଞ୍ଜିକରଣ

  • Post category:ଓଡିଶା
  • Reading time:1 mins read

କଟକ (ଏ ଏନ୍ ଏସ)୨୭/୦୯, ନଭେମ୍ବର ୮ ରେ କାର୍ତ୍ତିକ ପୂର୍ଣ୍ଣିମାଠାରୁ ହେବ ବାଲିଯାତ୍ରା । ବାଲିଯାତ୍ରା ପାଇଁ କାଲିଠୁ ଆରମ୍ଭ ହେବ ପ୍ଲଟ ପଞ୍ଜିକରଣ । ନଭେମ୍ବର ୮ରୁ ନଭେମ୍ବର ୧୬ ପର୍ଯ୍ୟନ୍ତ ଚାଲିବ ବାଲିଯାତ୍ରା । ପ୍ଲଟ ବୁକିଂ ପାଇଁ www.baliyatra.org କିମ୍ବା www.cuttack.nic.in ଲଗ ଅନ କରି ପାରିବେ । କୋଭିଡ ପାଇଁ ଦୁଇ ବର୍ଷ ଧରି ବନ୍ଦ ଥିଲା ବାଲିଯାତ୍ରା । ଏକ ହଜାର ବର୍ଗଫୁଟରୁ ଅଧିକ ଜାଗା ନେଉଥିବା ବ୍ୟବସାୟୀ ଆସନ୍ତାକାଲି ଠାରୁ ଅକ୍ଟୋବର ୭ ପର୍ଯ୍ୟନ୍ତ ପଞ୍ଜିକରଣ ଓ ବୁକିଂ କରି ପାରିବେ । ଏକ ହଜାର ବର୍ଗଫୁଟରୁ କମ ଜାଗା ନେବାକୁ ଚାହୁଁଥିବା ବ୍ୟବସାୟୀ ଅକ୍ଟୋବର ୮ ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ବୁକିଂ କରିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।