You are currently viewing ମେ’ ୨୪ ନୁହେଁ, ୨୮ରେ ସରିବ ଯୁକ୍ତ ଦୁଇ ପରୀକ୍ଷା

ମେ’ ୨୪ ନୁହେଁ, ୨୮ରେ ସରିବ ଯୁକ୍ତ ଦୁଇ ପରୀକ୍ଷା

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୨୫/୦୩, ଆସନ୍ତା ଏପ୍ରିଲ ୨୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ଦୁଇ ଥିଓରି ପରୀକ୍ଷା । ପୂର୍ବ ସୂଚନା ଅନୁସାରେ, ପରୀକ୍ଷା ଏପ୍ରିଲ ୨୮ରୁ ଆରମ୍ଭ ହୋଇ ମେ ୨୪ରେ ସରିବାକୁ ଥିଲା । କିନ୍ତୁ ଗତ୧୭ ତାରିଖରେ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ପରୀକ୍ଷା ମେ’୨୪ ପରିବର୍ତ୍ତେ ମେ’୨୮ରେ ସମାପ୍ତ ହେବ । ଏପ୍ରିଲ୨୮ରୁ ଯୁକ୍ତ୨ କଳା, ବାଣିଜ୍ୟର ଥିଓରି ପରୀକ୍ଷା ଆରମ୍ଭ ହେଉଥିବା ବେଳେ ମେ’୫ରୁ ବିଜ୍ଞାନ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ସମସ୍ତ ବିଷୟର ପରୀକ୍ଷା ପୂର୍ବାହ୍ନ ୯ଟାରୁ ଆରମ୍ଭ ହେବ । ପ୍ରାକ୍ଟିକାଲ ପରୀକ୍ଷା ଏପ୍ରିଲ ୪ରୁ ୧୨ ତାରିଖ ମଧ୍ୟରେ କରାଯିବ ।
ବିଜ୍ଞପ୍ତି ଅନୁସାରେ, କଳା ଓ ବାଣିଜ୍ୟ ବିଭାଗର ଏମଆଇଏଲ(ଓଡିଆ) ବିଷୟ ପରୀକ୍ଷା ଏପ୍ରିଲ ୨୮ରୁ ଆରମ୍ଭ ହେବାକୁ ଥିବା ବେଳେ ୩୦ରେ ଇଂରାଜୀ ବିଷୟରେ ପରୀକ୍ଷା ରହିଁଛି । ମେ’୪ରେ କଳା ବିଭାଗର ଇତିହାସ, ୭ରେ ରାଜନୀତି, ୧୦ରେ ଅର୍ଥନୀତି ଓ ପର୍ସନାଲ ମ୍ୟାନେଜମେଣ୍ଟ, ୧୩ରେ ଶିକ୍ଷା, ଭାରତୀୟ ସଂଗୀତ , ମନୋବିଜ୍ଞାନ, ୧୯ରେ ଗୃହ ବିଜ୍ଞାନ, ୨୫ରେ ଲଜିକ ଓ ଭୂଗୋଳ, ୨୭ରେ ନୃତତ୍ତ୍ୱ ବିଜ୍ଞନ, ଷ୍ଟାଟିଷ୍ଟିକ୍ସ ଓ ସାମାଜିକ ବିଜ୍ଞାନ ବିଷୟରେ ପରୀକ୍ଷା ରହିଛି । ସେହିପରି ବାଣିଜ୍ୟ ବିଭାଗର ବିଜନେସ ମାଥମେଟିକ୍ସ ଆଣ୍ଡ ଷ୍ଟାଟିଷ୍ଟିକ୍ସ(ବିଏମଏସ) ପରୀକ୍ଷା ମେ’୪ରେ ହେବାକୁଥିବା ବେଳେ ୭ରେ ଆକାଉଣ୍ଟାନ୍ସି, ୧୦ରେ ଫଣ୍ଟାମେଲ୍ସ ଅଫ୍ ମ୍ୟାନେଜମେଣ୍ଟ ଆକାଉଣ୍ଟିଂ(ଏଫଏମଏ), ବିଜନେସ ଇକୋନୋମିକ୍ସ(ବିଏସଇ),କଷ୍ଟ ଆକାଉଣ୍ଟିଂ(ସିଏସି), କମ୍ପୁଟର ଆପ୍ଲିକେଶନ(ସିଏ), ୧୩ରେ ବିଜନେସ ଷ୍ଟଡିଜ ଆଣ୍ଡ ମ୍ୟାନେଜମେଣ୍ଟ( ବିଏସଏମ) ବିଷୟ ପରୀକ୍ଷା ଅନୁଷ୍ଠିତ ହେବ । ସେହିପରି ମେ୩୯ରୁ ବିଜ୍ଞାନ ପରୀକ୍ଷା ଆରମ୍ଭ ହେବ । ପ୍ରଥମ ଦିନ ଇଂରାଜୀ ବିଷୟରେ ପରୀକ୍ଷା ଥିବା ବେଳେ ୧୧ରେ ରସାୟନ ବିଜ୍ଞନ, ୧୪ରେ ପଦାର୍ଥ ବିଜ୍ଞନ, ୧୭ରେ ଜୀବ ବିଜ୍ଞାନ ୧୯ରେ ଗଣିତ, ୨୪ରେ ଏମ୍‌ଆଇଏଲ(ଓଡିଆ), ୨୭ରେ ଷ୍ଟାଟିଷ୍ଟିକ୍ସ, ୨୮ରେ ଭୂତତ୍ତ୍ୱ, ବିଷୟର ପରୀକ୍ଷା ହେବ । ଜୀବ ବିଜ୍ଞାନ ପରୀକ୍ଷା ଗୋଟିଏ ସିଟିଂ ଓ ଦୁଇଟି ସେକ୍କନରେ ଅନୁଷ୍ଠିତ ହେବ । ପ୍ରଥମ ସେକ୍ନନରେ ଉଦ୍ଦିଦ ବିଜ୍ଞନ ପୂର୍ବାହ୍ନ ୯ଟାରୁ ୧୦ଟା୩୦ ମଧ୍ୟରେ ଏବଂ ଦ୍ୱିତୀୟ ସେକ୍ସନରେ ପ୍ରାଣୀ ବିଜ୍ଞାନ ପରୀକ୍ଷା ପୂର୍ବାହ୍ନ ୧୦ଟା୫୦ରୁ ମଧ୍ୟାହ୍ନ ୧୨ଟା୫୦ ପର୍ଯ୍ୟନ୍ତ ଚାଲିବ । ଥିଧରି ପରୀକ୍ଷା ଆରମ୍ଭ ହେବାର ୩୦ ମିନିଟ ଆଗରୁ ପରୀକ୍ଷାର୍ଥୀ କେନ୍ଦ୍ର ଭିତରକୁ ପ୍ରବେଶ କରିବେ । ୧୫ ମିନିଟ ପୂର୍ବେୁ ହଲରେ ପ୍ରବେଶ କରିବା ସହ ସିଟ୍‌ରେ ବସିବେ । ପରୀକ୍ଷା ଆରମ୍ଭ ହେବାର ୧୦ ମିନିଟ ପୂର୍ବରୁ ପ୍ରଶ୍ନ ଓ ୫ ମିନିଟ ପୂର୍ବରୁ ଉତ୍ତର ଖାତା ବଣ୍ଟାଯିବ । ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିବା ବଧ୍ୟତାମୂଳକ । ରେଗୁଲାର ଓ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ଧଳା ପେପର ଓ ଧନ୍ଦାମୂଳକ ପରୀକ୍ଷାର୍ଥୀଙ୍କ ପାଇଁ ସବୁଜ ରଙ୍ଗର ପ୍ରଶ୍ନପତ୍ର ରହିବ । କୋଭିଡ କଟକଣା ମଧ୍ୟରେ ପରୀକ୍ଷା କରିବାକୁ ସିଏଚଏସଇ ପକ୍ଷରୁ ନିର୍ଦ୍ଦେଶ ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।