maharam

ଆଜି ପବିତ୍ର ମହରମ୍, ଭଦ୍ରକ ଓ ସମ୍ବଲପୁରରେ ପୋଲିସ୍ ର କଡ଼ାକଡି ଯାଞ୍ଚ

ଏଏନଏସ୍: ଆଜି ପବିତ୍ର ମହରମ୍। ଏନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସଂପୂର୍ଣ୍ଣ ପ୍ରସ୍ତୁତି କରାଯାଇଥିବା ବେଳେ ସମ୍ବଲପୁରରେ ପୋଲିସ୍ ପକ୍ଷରୁ ଯାଞ୍ଚ ପ୍ରକ୍ରିୟା କଡ଼ାକଡ଼ି କରାଯାଇଛି। ଭଦ୍ରକରେ ସମୁଦାୟ ୪୧ଟି କାଫିଲା ବାହାରିବ ଓ ୭ଟି କାଫିଲା ଭଦ୍ରକ କଚେରୀ ବଜାର ଦେଇ ପରିକ୍ରମା କରିବାକୁ ଥିବାବେଳେ ଅନ୍ୟ ୩୫ଟି କାଫିଲା ପୁରୁଣା ବଜାର ଅଞ୍ଚଳ ଦେଇ ପରିକ୍ରମା କରିବା ସହ ମଦିନା ମୈଦାନରେ ପହଞ୍ଚିବ। ସେହିପରି ଧାମନଗର ବ୍ଲକ ଓ ବାସୁଦେବପୁର ବ୍ଲକରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶୃଙ୍ଖଳିତ ଯାତ୍ରା ପାଇଁ ଜିଲ୍ଲାରେ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଛି । ୨ ଜଣ ଅତିରିକ୍ତ ଏସପି, ୫ ଜଣ ଡିଏସପିଙ୍କ ସହ ୧୫ ଜଣ ଇନ୍ସପେକ୍ଟର ୧୧୦ ଜଣ ସବ ଇନ୍ସପେକ୍ଟର ୧୮୦ କନେଷ୍ଟବଳ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି ।

ସହରରେ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ ଓ ପୋଲିସ ଭେଇକିଲ ମାର୍ଚ୍ଚ କରାଯାଇଛି । ଡ୍ରୋନ କ୍ୟାମେରା ସହ, ସିସିଟିଭି ଜରିଆରେ ନଜର ରଖିବ ପୋଲିସ୍ । ତେବେ କୌଣସି ବିଶୃଙ୍ଖଳା ଦେଖାଗଲେ ତୁରନ୍ତ ପୋଲିସକୁ ଜଣାଇବାକୁ ଓ ଜିଲ୍ଲା ପ୍ରଶାସନର ଗାଇଡଲାଇନ ମାନିବାକୁ ସମସ୍ତ ମହରମ କମିଟିକୁ କୁହାଯାଇଛି । ସାମାଜିକ ଗଣମାଧ୍ୟମରେ କୌଣସି ପ୍ରକାର ଗୁଜବ ସୃଷ୍ଟି ନକରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ଏସପି ।

ଅନ୍ୟମାନଙ୍କୁ ଜଣାନ୍ତୁ।