You are currently viewing କାକଟପୁରରୁ ଧଳା ଜହର ଜବତ କଲା ପୋଲିସ

କାକଟପୁରରୁ ଧଳା ଜହର ଜବତ କଲା ପୋଲିସ

  • Post category:ଓଡିଶା
  • Reading time:1 mins read

ପୁରୀ (ଏ ଏନ୍ ଏସ)୨୩।୮: ପୁରୀ ଜିଲ୍ଲା କାକଟପୁର ଅଞ୍ଚଳର ଜଣେ ବ୍ୟକ୍ତିଙ୍କଠାରୁ ୧୧ ଲକ୍ଷ ୫୦ ହଜାର ଟଙ୍କାର ବ୍ରାଉନସୁଗାର ଜବତ କରିଛି ଅବକାରୀ ବିଭାଗ । ଗିରଫ ଅଭିଯୁକ୍ତ ହେଲେ କାକଟପୁର ଥାନା ଅଧୀନ ବାଉରି ପୋଖରୀ ଗ୍ରାମର ଉପେନ୍ଦ୍ର ଦାସ ।

ଉଲ୍ଲେଖଯୋଗ୍ୟ ଯେ, ପୁରୀ ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ନିମାପଡା ଅବକାରୀ ଥାନା ଅଧିକାରିଣୀ ମମତା କୁମାରୀ ଦାସଙ୍କ ନେତୃତ୍ବରେ ଏକ ଟିମ୍ କାକଟପୁର ଥାନା ଅଧୀନ ବାଉରି ପୋଖରୀଠାରେ ସୋମବାର ଚଢ଼ାଉ କରିଥିଲା । ସେହି ସମୟରେ ଏହି ଟିମ୍ ଉପେନ୍ଦ୍ର ଦାସକୁ ଗିରଫ କରିଥିଲା । ଅଭିଯୁକ୍ତ ଉପେନ୍ଦ୍ରଠାରୁ ଅବକାରୀ ବିଭାଗ ୧୧୫ ଗ୍ରାମ ବ୍ରାଉନସୁଗାର ସହ ନଗଦ ହଜାରେ ଟଙ୍କା ଜବତ କରିଥିଲା ।

ନିମାପଡା ଅବକାରୀ ଥାନା କେସ୍ ନଂ- ୪୪/୨୨-୨୩ରେ ଅଭିଯୁକ୍ତ ଉପେନ୍ଦ୍ରକୁ କୋର୍ଟ ଚାଲାଣ କରିଥିବା ବେଳେ ଜାମିମ୍ ନାମଞ୍ଜୁର ହେବାରୁ ତାକୁ ନିମାପଡା ଉପ-କାରଗାରକୁ ପଠାଯାଇଥିବା ଅବକାରୀ ବିଭାଗ ସୂଚନା ଦେଇଛି । ଏହି ଚଢ଼ାଉରେ ଅବକାରୀ କର୍ମଚାରୀ ସବିତା ସାହୁ, ଆଶିଷ କୁମାର ପ୍ରଧାନ, ତପନ ପ୍ରଧାନ, ଜିତେନ୍ଦ୍ର ବେହେରା, ଶେଖ ୱାରିସ ପ୍ରମୁଖ ସାମିଲ ଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।