You are currently viewing ଛେଳି ଚୋରି ଅଭିଯୋଗରେ ପୋଲିସ ଏଏସଆଇ ନିଲମ୍ବିତ

ଛେଳି ଚୋରି ଅଭିଯୋଗରେ ପୋଲିସ ଏଏସଆଇ ନିଲମ୍ବିତ

  • Post category:ଓଡିଶା
  • Reading time:1 mins read

ବଲାଙ୍ଗୀର ୦୧/୦୧:  ଛେଳି ଚୋରି ଘଟଣାରେ ପୋଲିସ ଏଏସଆଇ ନିଲମ୍ବିତ । ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଏସ୍ଆଇ ସୁମନ ମଲ୍ଲିକଙ୍କୁ  କାର୍ଯ୍ୟରୁ ନିଲମ୍ବିତ କଲେ ବଲାଙ୍ଗୀର ଏସ୍ପି ନିତିନ କୁସଲକର ।

ସୂଚନା ଅନୁଯାୟୀ  ପୋଲିସ ଏଏସଆଇ ସୁମନ ମଲ୍ଲିକଙ୍କ ନିର୍ଦ୍ଦେଶରେ ପୋଲିସ କର୍ମଚାରି ମାନେ ଛେଳି ଚୋରି କରି ଭୋଜି କରୁଥିବା ଅଭିଯୋଗ ହୋଇଥିଲା । ଏନେଇ ସିନ୍ଧେକେଲା ଗୁରୁପଡ଼ାର ସଂକୀର୍ତ୍ତନ ଗୁରୁ ତାଙ୍କର ୨ଟି ଛେଳି ଚୋରି ନେଇ ଥାନାରେ ଅଭିଯୋଗ କରିଥିଲେ ।ହେଲେ ସୁମନ ତାଙ୍କୁ ନେଇ କେଉଁଆଡେ ଫେରାର ହୋଇଯାଇଥିଲେ । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଗ୍ରାମବାସୀ ଏକାଠି ହେବା ସହ ଥାନା ଘେରାଉ କରି ଅଭିଯୁକ୍ତ ଏଏସଆଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା ସହ କ୍ଷତିପୂରଣ ଦାବି କରିଥିଲେ । ଆଜି ସକାଳୁ ଘଟଣା ଏସପି ନୀତିନ କୁସଲକରଙ୍କ ପାଖରେ ପହଞ୍ଚି ଥିଲା । ଏହାପରେ ଏସପି କାର୍ଯ୍ୟନୁଷ୍ଠାନ ସ୍ବରୂପ ଏଏସଆଇ ସୁମନଙ୍କୁ ଚାକିରିରୁ ନିଲମ୍ବିନ କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।