You are currently viewing ପ୍ରଭୁପାଦ ହୋଟେଲ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା

ପ୍ରଭୁପାଦ ହୋଟେଲ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା

  • Post category:ଓଡିଶା
  • Reading time:1 mins read

ପୁରୀ -୨୯,୦୪,୨୦୧୧(ଅନନ୍ତ ସିଂ), ପୁରୀ ପୌରସଂସ୍ଥାର ୭ ନଂ ୱାର୍ଡ ଅନ୍ତର୍ଗତ ପ୍ରଭୁପାଦ ହୋଟେଲ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବେ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ଏହି ହୋଟେଲରୁ ଅଧିକାଂଶ କର୍ମଚାରୀ କରୋନା ସଂକ୍ରମିତ ହେବା ପରେ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହି ସମୟ ମଧ୍ୟରେ ସଂପୃକ୍ତ ଅଞ୍ଚଳରେ ରହୁଥିବା ବାସିନ୍ଦା ବାହାରକୁ କିମ୍ବା ବାହାର ବ୍ୟକ୍ତିଙ୍କୁ କଣ୍ଟେନମେଣ୍ଟ ଜୋନ ମଧ୍ୟକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ । ଏଥିସହ ଉକ୍ତ ଅଞ୍ଚଳ ପରିସରରେ ଥିବା ସମସ୍ତ ସରକାରୀ, ବେସରକାରୀ ପ୍ରତିଷ୍ଠାନ ଓ ଦୋକାନ ବଜାର ବନ୍ଦ ରହିବ । ମାତ୍ର ବିଭିନ୍ନ ଟିମ ଦ୍ବାରା ବାସିନ୍ଦା ମାନଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣ ଓ ଡାକ୍ତରୀ ସେବା ଜାରିରହିବ । ଏତଦବ୍ୟତୀତ ୱାର୍ଡ ନଂ ୩୧ ଅନ୍ତର୍ଗତ ଡିଏଜି କଲୋନୀକୁ ମଧ୍ୟ ପୂର୍ବରୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବେ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।