You are currently viewing ଆସନ୍ତା ୫ ଦିନ ଯାଏ କାଳବୈଶାଖୀ ଆଶଙ୍କା

ଆସନ୍ତା ୫ ଦିନ ଯାଏ କାଳବୈଶାଖୀ ଆଶଙ୍କା

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର-୩୦.୦୪.୨୦୨୧, ରାଜ୍ୟରେ ଆସନ୍ତା ୫ ଦିନ ଯାଏ କାଳବୈଶାଖୀ ଆଶଙ୍କା ରହିଛି । ବର୍ଷା, ଘଡ଼ଘଡ଼ି ଓ ବିଜୁଳି ସାଙ୍ଗକୁ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ମଧ୍ୟ ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆସନ୍ତା ୨ ଦିନ ପରେ ପାରଦ ପ୍ରାୟ ୩ଡିଗ୍ରି ପର୍ଯ୍ୟନ୍ତ ଖସିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ସୂଚନା ଅନୁସାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ, କୋରାପୁଟ, କଳାହାଣ୍ଡି, କେନ୍ଦୁଝର, ମାଲକାନଗିରି, ନବରଙ୍ଗପୁର, ଓ ମୟୂରଭଞ୍ଜ ଜିଲ୍ଲା ଏବଂ ୩ ତାରିଖ ଦିନ ପୁରୀ, ଗଞ୍ଜାମ, ରାୟଗଡ଼ା, ଖୋର୍ଦ୍ଧା, ନବରଙ୍ଗପୁର, କନ୍ଧମାଳ, ନୟାଗଡ଼, ଓ ଢେଙ୍କାନାଳ ଆଦି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଥିବା ଅନୁମାନ କରାଯାଉଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।