You are currently viewing ବଙ୍ଗୋପସାଗରରେ ଦାନାବାନ୍ଧୁଛି ଲଘୁଚାପ ;  ୧୫ରୁ ରାଜ୍ୟରେ ବର୍ଷା 

ବଙ୍ଗୋପସାଗରରେ ଦାନାବାନ୍ଧୁଛି ଲଘୁଚାପ ;  ୧୫ରୁ ରାଜ୍ୟରେ ବର୍ଷା 

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର (ଏଏନଏସ): ଶୀତ ଋତୁ ମଧ୍ୟରେ ବର୍ଷାର ଭୟ। ଆସନ୍ତା ୧୪ ତାରିଖବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହା ପ୍ରଭାବରେ ୧୫ରୁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି  । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନଯାୟୀ ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ପରେ ୧୬ ସୁଦ୍ଧା ଦିଗ ବଦଳାଇ ଉତ୍ତର ଦିଗକୁ ମୁହାଁଇପାରେ। ଏହା ପ୍ରଭାବରେ ୧୫ରୁ ଦକ୍ଷିଣ ଓଡ଼ିଶାରେ ସାମାନ୍ୟରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି। ଏହା ଉତ୍ତର ଦିଗକୁ ମୁହାଁଉଥିବାରୁ ଉପକୂଳ ଏବଂ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ୧୬ ତାରିଖ ରାତିରୁ ପ୍ରବଳ ବର୍ଷା ସମ୍ଭାବନା ଅଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।