Anubhav-Mohanty

ସାଂସଦ ଅନୁଭବ ମହାନ୍ତିଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି: ଏନବିଡବ୍ଲୁ ଉପରେ ରୋକ ଲଗାଇଲେ ଉଚ୍ଚ ନ୍ୟାୟଳୟ 

  • Post category:ଓଡିଶା
  • Reading time:1 mins read

ଏଏନଏସ: କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ନେତା ଅନୁଭବ ମହାନ୍ତିଙ୍କୁ ମିଳିିଛି ବଡ଼ ଆଶ୍ୱସ୍ତି। ଅନୁଭବଙ୍କ ନାରେ ଜାରି ହୋଇଥିବା ଜାମିନ ବୀହିନ ଗିରଫ ପରୱାନା ଉପରେ ରହିତାଦେଶ ଲଗାଇଛନ୍ତି ହାଇକୋର୍ଟ । ଏନେଇ ହାଇକୋର୍ଟରେ ଆବେଦନ କରିଥିଲେ ଅନୁଭବ ମହାନ୍ତି । ପୁରୀଘାଟ ଥାନାରେ ହୋଇଥିବା ଘରୋଇ ହିଂସା ମାମଲାରେ ଏନବିଡବ୍ଲୁ ଜାରି କରିଥିଲେ କଟକ ଜେ.ଏମ୍.ଏଫ.ସି କୋର୍ଟ ।

ବର୍ଷା ପ୍ରିୟଦର୍ଶନୀଙ୍କ ଅଭିଯୋଗ ଆଧାରରେ ଏନବିଡବ୍ଲୁ ଜାରି କରି ଆସନ୍ତା ୨୩ ତାରିଖ ସୁଦ୍ଧା ଏନବିଡବ୍ଲୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଘରୋଇ ହିଂସା ସମ୍ପର୍କିତ ମାମଲାରେ ଚାର୍ଜଫ୍ରେମ୍ ପାଇଁ କୋର୍ଟରେ ହାଜର ହେବାକୁ ଅନୁଭବଙ୍କୁ ନୋଟିସ୍ କରିଥିଲେ କୋର୍ଟ । କିନ୍ତୁ ଏହି ଏନବିଡବ୍ଲୁ ଉପରେ ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟ ।

 

ଅନ୍ୟମାନଙ୍କୁ ଜଣାନ୍ତୁ।