You are currently viewing ବନ୍ଧରୁ ମିଳିଲା ଯୁବକଙ୍କ ମୃତ ଦେହ

ବନ୍ଧରୁ ମିଳିଲା ଯୁବକଙ୍କ ମୃତ ଦେହ

  • Post category:ଓଡିଶା
  • Reading time:1 mins read

ସମ୍ବଲପୁର, ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ସୁନାପାଲି ଗ୍ରାମରେ ହୋଇଛି ହତ୍ୟାକାଣ୍ଡ । ଗତକାଲି ରାତିରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯିବା ପରେ ମୃତକଙ୍କ ଶରୀରକୁ ବନ୍ଧରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି । ମୃତକ ଜଣକ ହେଲେ ସୁନାପାଲି କ୍ଷେତିପଡାର ଏମ .ଡି ଅପତାର ।

ସୂଚନା ଅନୁଯାୟୀ, ସେ ନେପାଳରେ କାମ କରୁଥିବା ବେଳେ 15 ଦିନ ତଳେ ନିଜ ଘର ସମ୍ବଲପୁର ସୁନାପାଲି କ୍ଷେତିପଡାକୁ ଆସିଥିଲେ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ସଦର ଥାନା ଏସଡିପିଓ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଧନୁପାଲି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।