accident

ଦୁଇଟି ସ୍ଥାନରେ ପିକ୍‍ନିକ୍‍ ବସ୍‍ ଦୁର୍ଘଟଣା: ୧୭ରୁ ଅଧିକ ଆହତ 

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ): ପିକ୍‍ନିକ୍‍ ସାରି ଫେରୁଥିବାବେଳେ ଦୁଇଟି ପୃଥକ ଘଟଣାରେ ଦୁଇଟି ପିକ୍‍ନିକ୍‍ ବସ୍‍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହାଦ୍ୱାରା ୧୭ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରଥମ ଘଟଣା ସୋନପୁରରୁ ପିକ୍‍ନିକ୍‍ ବସ୍‍ କୋରାପୁଟର ଦେଓମାଳିରୁ ଫେରୁଥିବା ବେଳେ ଖମ୍ବଶିରପାଲିରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା | ଯାହାଫଳରେ ଘଟଣାସ୍ଥଳରେ ୭ ଜଣ ପିଲା ଆହତ ହୋଇଛନ୍ତି। ଏଥିରେ ୪୫ଜଣ ଛାତ୍ରଛାତ୍ରୀ ରହିଥିଲେ। ତିନିଜଣ ଗୁରୁତର ଭାବେ ଆହତ ହୋଇଥିବାରୁ ସେମାନଙ୍କୁ ବୁର୍ଲା ହସ୍‍ପିଟାଲ୍‍ ନିଆଯାଇଛି। 

ସେହିପରି ଜାତୀୟ ରାଜପଥ ୨୦ ଉପରେ ଏକ ଟ୍ରକ ଭୋର ସମୟରେ ବାଲେଶ୍ୱରକୁ ଫେରୁଥିବା ଏକ ପିକ୍‍ନିକ୍‍ ବସ୍‍କୁ ଧକ୍କା ଦେଇଛି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନିକଟସ୍ଥ ଧକୋଠାରେ ଏହି ଦୁର୍ଘଟଣା ଘଟିଛି। ଏହି ବସ୍‍ ରେ ୫୦ରୁ ଅଧିକ ଛାତ୍ରଛାତ୍ରୀ ଥିଲେ। ଦୁର୍ଘଟଣା ସ୍ଥଳରେ ଡ୍ରାଇଭରଙ୍କୁ ମିଶାଇ ୧୦ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

 

ଅନ୍ୟମାନଙ୍କୁ ଜଣାନ୍ତୁ।