You are currently viewing ରାଉରକେଲା ଯିବେ ମୁଖ୍ୟମନ୍ତ୍ରୀ

ରାଉରକେଲା ଯିବେ ମୁଖ୍ୟମନ୍ତ୍ରୀ

  • Post category:ଓଡିଶା
  • Reading time:1 mins read

ରାଉରକେଲା (ବ୍ୟୁରୋ)୧୦/୦୩, ଦୁଇ ଦିନିଆ ରାଉରକେଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ ୫ଟା ୨୦ ରେ ରାଉରକେଲା ବିମାନବନ୍ଦରରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ସେଠାରୁ ସିଧା ଯାଇ ନବନିର୍ମିତ ବିର୍ସାମୁଣ୍ଡା ଆଥଲେଟିକ ଷ୍ଟାଡିୟମର କରିବେ ଶୁଭ ଉଦଘାଟନ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ମୁଖ୍ୟମନ୍ତ୍ରୀ ବିର୍ସା ଛକ ସ୍ଥିତ ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡିୟମକୁ ଉଦ୍‌ଘାଟନ କରିବା ସହ ହକି ଟ୍ରେନିଂ ସେଣ୍ଟର ଓ ଜିଲ୍ଲା ସ୍ପୋର୍ଟ୍ସ କମ୍ପେ୍ଲକ୍ସକୁ ମଧ୍ୟ ଉଦ୍‌ଘାଟନ କରିବେ । ଏହା ସହ ୯ ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ ବୋଲି ଜଣାପଡ଼ିଛି । ପରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ନିର୍ମିତ ହକି ତାଲିମ କେନ୍ଦ୍ର ଲୋକାର୍ପଣ ପରେ ୫ଟା ୫୦ ମିନିଟରେ ଓ୍ବାର୍ଲଡ କପ ଭିଲେଜ ଆସିବେ ନବୀନ । ୬ ଟା ୫୫ ମିନିଟରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ FIH ହକି ପ୍ରୋ ଲିଗ ଉଦଘାଟନୀ ଉତ୍ସବରେ ଯୋଗଦେବେ ।

ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ହକି ଟୁର୍ଣ୍ଣାମେଣ୍ଟକୁ ଉଦ୍‌ଘାଟନ କରିବେ । ତାଙ୍କ ସହ ୫-ଟି ସଚିବ ଭି. କେ ପାଣ୍ଡିଆନ, କ୍ରୀଡ଼ା ସଚିବ ଆର୍‌. ଭିନିଲକ୍ରିଷ୍ଣା ଉପସ୍ଥିତ ରହିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।