You are currently viewing ଦୁଇ କୋଟି ଟଙ୍କାର ବ୍ରାଉନ ସୁଗାର ଜବତ

ଦୁଇ କୋଟି ଟଙ୍କାର ବ୍ରାଉନ ସୁଗାର ଜବତ

ବାଲେଶ୍ୱର(ଏଏନ୍‌ଏସ୍‌),୨୨/୧୦: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବସ୍ତା ଥାନା ବିଦ୍ୟାଧରପୁର ଗାଁରୁ ୨ କେଜି ବ୍ରାଉନସୁଗର ଜବତ କରିଛି ଅବକାରୀ ବିଭାଗ ।ଚଢାଉ ବେଳେ ଜଣେ ମହିଳାଙ୍କ ସମେତ ୨ଜଣ ମାଫିଆ ଗିରଫ ହୋଇଥିବାବେଳେ ଜଣେ ଫେରାର୍ ହୋଇଯାଇଛି । ସୂଚନା ଅନୁଯାୟୀ  ଜଳେଶ୍ୱର  ପୋଲିସ ଓ ବସ୍ତା ଅବକାରୀ ବିଭାଗର ମିଳିତ ଚଢାଉରେ ଜବତ ହୋଇଛି ଧଳାଜହର । ଚଢାଉ ବେଳେ ବ୍ରାଉନସୁଗର ମାଫିଆ ପୋଲିସକୁ ଆକ୍ରମଣ କରି ଗାଡି ଭଙ୍ଗାରୁଜା କରିଥିଲେ । କିଛି ପୋଲିସ କର୍ମଚାରୀ ଏଥିରେ ଆହତ  ହୋଇଥିବା ସୂଚନା ମିଳିଛି।  ଜବତ ହୋଇଥିବା ବ୍ରାଉନ ସୁଗାରର ମୂଲ୍ୟ ଦୁଇ କୋଟି  ଟଙ୍କା ବୋଲି ଜଣାପଡିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।