baba

ଆଶ୍ରମରେ ବାବାଙ୍କ ଦାଦାଗିରି, କାଠ ଫାଳିଆରେ ଆକ୍ରମଣ କରି ବାବାଙ୍କୁ ହତ୍ୟା କଲେ ବାବା

ପୁରୀ(ଏଏନଏସ୍): ପୁରୀ ବାସେଲିସାହି ଲୋକନାଥ ରୋଡ୍ ଗୁରୁକୃପା ଆଶ୍ରମରେ ହତ୍ୟାକାଣ୍ଡ । ଜଣେ ବାବାଙ୍କ ଆକ୍ରମଣରେ ଆଉ ଜଣେ ବାବାଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ବାବା ଆହତ ହୋଇଛନ୍ତି। ମୃତ ବାବା ଜଣକ ହେଉଛନ୍ତି ପଶ୍ଚିମବଙ୍ଗର ଅର୍ଜୁନ ଦାସ। ବିଷ୍ଣୁ ଦାସ ନାମକ ଜଣେ ବାବା ନିଶାସକ୍ତ ଅବସ୍ଥାରେ କାଠ ଫାଳିଆରେ ଅର୍ଜୁନ ଦାସଙ୍କୁ ବୀଭତ୍ସ ଭାବେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଆକ୍ରମଣ କରିବା ପରେ ବିଷ୍ଣୁ ତଳକୁ ଆସିବା ବେଳେ କ’ଣ ହୋଇଛି ବୋଲି ଦୟାନିଧି ବାବା ପଚାରିବାରୁ ସେ ତାଙ୍କୁ ପଥରରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ଦୟାନିଧି ବାବାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।

ଅନ୍ୟପଟେ ଖବର ପାଇ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ବିଷ୍ଣୁ ବାବାଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଥିବାବେଳେ ନିଜେ ଏସ୍.ପି କନୱର ବିଶାଳ ସିଂ ଘଟଣାସ୍ଥଳରେ ଅନୁଧ୍ୟାନ କରିଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।