You are currently viewing ସରଗରମ ମହାରାଷ୍ଟ୍ର ରାଜନୀତି

ସରଗରମ ମହାରାଷ୍ଟ୍ର ରାଜନୀତି

  • Post category:ଓଡିଶା
  • Reading time:1 mins read

ମହାରାଷ୍ଟ୍ର ୨୮/୦୪, ମହାରାଷ୍ଟ୍ର ରାଜନୀତିରେ ବିଜେପି ମୁଖ୍ୟ ଦଳ ହୋଇ ରହିଥିଲେ ବି ଶିବସେନାର ଦୁଇଗୋଷ୍ଠୀ ମଧ୍ୟରେ ଲାଗିଥିବା ବିବାଦ ରାଜ୍ୟ ରାଜନୀତିକୁ ସରଗରମ କରି ରଖିଛି । ମୂଳ ଶିବସେନାରୁ ଅଲଗା ହୋଇ ଏକନାଥ ସିନ୍ଦେ ଗୋଷ୍ଠୀ ଏବେ ବିଜେପି ସହ ସରକାର ଗଠନ କରିଛନ୍ତି । ଏହି କ୍ରମରେ ସିନ୍ଦେ ଗୋଷ୍ଠୀ ନିଜକୁ ଅସଲି ଶିବସେନା କହି ମୂଳ ଶିବସେନାର ସମସ୍ତ ସମ୍ପତ୍ତି ଅଧିକାର କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଏହି ଆବେଦନ ଉପରେ ଶୁଣାଣି କରି କୋର୍ଟ ସିଧାସଳଖ ଭାବେ ଆବେଦନକୁ ଖାରଜ କରିଦେଇଛନ୍ତି ।

ଆଶିଷ ଗିରି ନାମକ ଜଣେ ଓକିଲ କୋର୍ଟରେ ଆବେଦନ କରିଥିଲେ କି ଶିବସେନାର ଉଦ୍ଧବ ଠାକରେ ଗ୍ରୁପ ନିକଟରେ ଥିବା ସମସ୍ତ ସମ୍ପତ୍ତି ଏକନାଥ ସିନ୍ଦେ ଗ୍ରୁପ ଶିବସେନାକୁ ଟ୍ରାନ୍ସଫର କରିଦେବାକୁ କୋର୍ଟଙ୍କ ନିକଟରେ ଏକ ଆବେଦନ କରିଥିଲେ । ଏହି ଆବେଦନକୁ କୋର୍ଟ ଆଜି ଖାରଜ କରିଦେଇଛନ୍ତି ।

ଆଶିଷ ଗିରିଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୁଡ ଆଶିଷଙ୍କୁ ପ୍ରଶ୍ନ ପଚାରିଛନ୍ତି କି ଏଭଳି ଆବେଦନ କରିବାକୁ ତୁମେ କିଏ ? ଏହାସହ ଏହି ଆବେଦନ ଉପରେ ଶୁଣାଣି ହୋଇପାରିବ ନାହିଁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।