You are currently viewing ଗାଁ ରାସ୍ତା ବିବାଦକୁ ନେଇ ସରପଞ୍ଚଙ୍କୁ ଆକ୍ରମଣ

ଗାଁ ରାସ୍ତା ବିବାଦକୁ ନେଇ ସରପଞ୍ଚଙ୍କୁ ଆକ୍ରମଣ

ଭଦ୍ରକ ୦୮/୧୦: ସରପଞ୍ଚଙ୍କୁ ମରଣାନ୍ତକ ଆକ୍ରମଣ । ସରପଞ୍ଚଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିବା ସହ ଏବେ ବି ଜୀବନ ମରଣ ସହ ଲଢ଼ୁଛନ୍ତି ସରପଞ୍ଚ । ଏହା ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନମଣ୍ଡଳୀ , ଧୂସୁରି ଥାନା ଅଧିନସ୍ଥ ଖପରପଦା ସରପଞ୍ଚଙ୍କୁ ଆକ୍ରମଣ ହୋଇଛି । ରାଜନୈତିକ ଶତୃତା ଯୋଗୁଁ ତାଙ୍କୁ ସଙ୍ଘବଦ୍ଧ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଗାଁରେ ପଞ୍ଚାୟତ ରାସ୍ତା କାମ ବିବାଦକୁ ନେଇ ଏହି ଆକ୍ରମଣ ହୋଇଛି । ସୂଚନା ଅନୁଯାୟୀ ପଞ୍ଚାୟତ ଅଫିସରୁ ଗୟାଧର ନାୟକ ବାଇକ ଯୋଗେ ଯୋଗେ ଘରକୁ ଫେରୁଥିଲେ। ସେହି ସମୟରେ ଗାଁ ମୁଣ୍ଡରେ ଏକ ନିଛାଟିଆ ସ୍ଥାନରେ କିଛି ଦୁର୍ବୃତ୍ତ ବିଭିନ୍ନ ମାରଣାସ୍ତ୍ର ରେ ଆକ୍ରମଣ କରିଥିଲେ । ଆଉ ଗୁରୁତର ଅବସ୍ଥାରେ ଗୟାଧରଙ୍କୁ ଉକ୍ତ ସ୍ଥାନରେ ଛାଡି ଫେରାର୍ ହୋଇଯାଇଥିଲେ। ଗ୍ରାମବାସୀମାନେ ପ୍ରଥମେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିବା ବେଳେ ଅବସ୍ଥା ଗୁରୁତର ଥିବାରୁ ପରେ କଟକ ସ୍ଥାନାନ୍ତର କରାଯାଇଛି । ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ୍ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।