You are currently viewing ବଦଳିପାରେ ସ୍କୁଲ ଖୋଲିବା ନିଷ୍ପତ୍ତି !

ବଦଳିପାରେ ସ୍କୁଲ ଖୋଲିବା ନିଷ୍ପତ୍ତି !

ଭୁବନେଶ୍ୱର(ଏଏନଏସ) ୨୯.୧୨.୨୦୨୧, ଜାନୁଆରୀ ୩ ତାରିଖରୁ ରାଜ୍ୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ୍‌ ଖୋଲିବ । ଏନେଇ ମଙ୍ଗଳବାରଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡ୍‌ଲାଇନ୍ ଜାରି କରାଯାଇଥିଲା। ତେବେ ରାଜ୍ୟରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବାରୁ ସ୍କୁଲ ଖୋଲିବା ନିଷ୍ପତ୍ତିରେ ପରିବର୍ତ୍ତନ ହୋଇପାରେ ବୋଲି ସୂଚନା ଦେଇଛନ୍ତି DMET ରମାରମଣ ମହାନ୍ତି । ସରକାର ଏନେଇ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବେ ।
ସେ କହିଛନ୍ତି ଯେ, ସରକାର ପୂର୍ବସ୍ଥିତିକୁ ଦେଖି ସ୍କୁଲ ଖୋଲିବା ନିଷ୍ପତ୍ତି ନେଇଥାଇପାରନ୍ତି। କିନ୍ତୁ ପୂର୍ବରୁ ଦୈନିକ ସଂକ୍ରମଣ ସଂଖ୍ୟାରୁ ଦେଢ଼ଶହ ଭିତରେ ସୀମିତ ରହୁଥିଲା। କିନ୍ତୁ ଏବେ କିଛି ଦିନ ହେବ ସ୍ଥିତି ବଦଳି ଯାଇଛି । ଆମ ରାଜ୍ୟରେ ମଧ୍ୟ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେଣୁ ହୋଇପାରେ ରାଜ୍ୟ ସରକାର ପ୍ରାଥମିକ ସ୍କୁଲ୍‌ ଖୋଲିବାକୁ ନେଇଥିବା ନିଷ୍ପତ୍ତି ବଦଳାଇପାରନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।