You are currently viewing ଜୁଲାଇ ୨୬ରୁ ଖୋଲିବ ସ୍କୁଲ, କେବଳ ଦଶମ ଓ ଦ୍ବାଦଶ ଶ୍ରେଣୀ

ଜୁଲାଇ ୨୬ରୁ ଖୋଲିବ ସ୍କୁଲ, କେବଳ ଦଶମ ଓ ଦ୍ବାଦଶ ଶ୍ରେଣୀ

ଭୁବନେଶ୍ୱର-୧୭.୦୭.୨୦୨୧, କରୋନା ମହାମାରୀ ସଂକ୍ରମଣରେ ସବୁ କ୍ଷେତ୍ର ପ୍ରଭାବିତ ହୋଇଛି । ବିଶେଷ କରି ଶିକ୍ଷା ବିଭାଗ ଉପରେ ବେଶ ପ୍ରଭାବ ପଡିଛି । କରୋନା ସଂକ୍ରମଣ ଏଵେ ରାଜ୍ୟରେ ଧିରେ ଧିରେ କମୁଛି । ଏନେଇ ଜୁଲାଇ ୨୬ରୁ ଖୋଲିବ ଦଶମ ଓ ଦ୍ବାଦଶ ଶ୍ରେଣୀ। ଓଡ଼ିଶାରେ ପିଲାମାନଙ୍କ ଜୀବନକୁ ପ୍ରାଥମିକତା ଦେଇ ରାଜ୍ୟ ସରକାର ସ୍କୁଲ ଖୋଲିନଥିଲେ । ଏହାପରେ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ବାତିଲ କରିଥିଲେ । ଏହାପରେ ବର୍ତ୍ତମାନ ସ୍ଥିତି ସାମନ୍ୟ ସ୍ୱଭାବିକ୍ ହେବାରୁ ଶିକ୍ଷା ବିଭାଗକୁ ତ୍ବରାନ୍ବିତ୍ବ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଜୁଲାଇ ୨୬ ରୁ ରାଜ୍ୟରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଖୋଲିବାକୁ ଯାଉଛି ବୋଲି ଆଜି ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ । ସ୍କୁଲକୁ ଆସିବା ପିଲାଙ୍କ ଉପରେ ନିର୍ଭର କରୁଛି । ଅଭିଭାବକଙ୍କ ଅନୁମତି ନେଇ ସ୍କୁଲ ଆସିବେ ଛାତ୍ରଛାତ୍ରୀ ।ବିଦ୍ୟାଳୟ ଗୁଡିକରେ ସକାଳ ୧୦ରୁ ସାଢେ ଗୋଟାଏ ଯାଏ ଚାଲିବ । ଯେଉଁଠି ମାଟ୍ରିକ ପରୀକ୍ଷା ସେଣ୍ଟର ହୋଇଛି ସେହି ସ୍କୁଲ ପରେ ଖୋଲିବ। ଜିଲ୍ଲାରେ ସଂକ୍ରମଣ ବଢିବାର ସମ୍ଭାବନା ଥିଲେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ମାନେ ସ୍କୁଲ ଖୋଲିବା ଓ ନଖୋଲିବା ନେଇ ନିଷ୍ପତି ନେଇପାରିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।