You are currently viewing ପାହାଡ଼ ନିକଟରୁ ଉଦ୍ଧାର ହେଲା ଶିଶୁକନ୍ୟା, ମୃତ ଘୋଷଣା କଲେ ଡାକ୍ତର

ପାହାଡ଼ ନିକଟରୁ ଉଦ୍ଧାର ହେଲା ଶିଶୁକନ୍ୟା, ମୃତ ଘୋଷଣା କଲେ ଡାକ୍ତର

ଯାଜପୁର(ଏଏନଏସ)୨୫/୦୩, ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନ ଅଧୀନ ମାଣ୍ଡୁକା ପଂଚାୟତରେ ଅଭାବନୀୟ ଘଟଣା । ପୁଣି ଅଲୋଡ଼ା ଶିଶୁକନ୍ୟା । ପାହାଡ଼ ନିକଟରୁ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି ।
ସୂଚନା ଅନୁସାରେ, ଆଜି ପାହାଡ଼ ନିକଟରେ ନବଜାତ ଶିଶୁକନ୍ୟା ପଡିଥବା ସ୍ଥାନୀୟ ଅଂଚଳ ଲୋକେ ଦେଖିବାକୁ ପାଇଥିଲେ । ସ୍ଥାନୀୟ ଲୋକେ ନବଜାତ ଶିଶୁକନ୍ୟାଟିକୁ ଉଦ୍ଧାର କରି ସ୍ଥାନୀୟ ଲୋକେ ଓ ଆଶାକର୍ମୀଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ସେଠାରେ ଡାକ୍ତର ଶିଶୁକନ୍ୟାକୁ ମୃତ ଘୋଷଣା କରିଥିଲେ । ଏହି ଘଟଣାର ଅଧିକ ତଦନ୍ତ ଚଳାଇଛି ବାଲିଚନ୍ଦ୍ରପୁର ଥାନା ପୋଲିସ ।

ଅନ୍ୟମାନଙ୍କୁ ଜଣାନ୍ତୁ।