You are currently viewing ପୁରୀରେ ଚାଞ୍ଚଲ୍ୟ, ଶାଶୁକୁ ହତ୍ୟା କରି ବିଷ ପିଇଲା ଜ୍ବାଇଁ

ପୁରୀରେ ଚାଞ୍ଚଲ୍ୟ, ଶାଶୁକୁ ହତ୍ୟା କରି ବିଷ ପିଇଲା ଜ୍ବାଇଁ

ପୁରୀ(ଏଏନଏସ)୨୩/୦୩, ପୁରୀ ବଳିଆପଣ୍ଡା ଥାନା ଅଞ୍ଚଳରେ ପୁଣି ହତ୍ୟାକାଣ୍ଡ । ପାରିବାରିକ କଳହକୁ କେନ୍ଦ୍ରକରି ଶାଶୁକୁ ହତ୍ୟା କଲା ଜ୍ବାଇଁ ।ଏଥିସହ ବିଷ ପିଇ ନିଜେ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଛି ଜ୍ବାଇଁ । ମୃତ ମହିଳା ହେଉଛନ୍ତି ବଳିଆପଣ୍ଡା ଫାଦର ସ୍କୁଲ ନିକଟରେ ରହୁଥିବା ତିଳତ୍ତମା କର‌ । ବିଷ ପିଇ ଗୁରୁତର ଥିବା ବ୍ୟକ୍ତି ହେଉଛନ୍ତି ଶକ୍ତିଧର ଦାସ । ଏପଟେ ଗୁରୁତର ଜ୍ବାଇଁକୁ ଚିକିତ୍ସା ପାଇଁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ବଳିଆପଣ୍ଡା ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।