You are currently viewing ଶ୍ରୀଜୀଉଙ୍କର ଲକ୍ଷ୍ମୀନୃସିଂହ ବେଶ

ଶ୍ରୀଜୀଉଙ୍କର ଲକ୍ଷ୍ମୀନୃସିଂହ ବେଶ

  • Post category:ଓଡିଶା
  • Reading time:1 mins read

ପୁରୀ(୭.୧୧.୨୨) : ଆଜି ପଞ୍ଚୁକର ଚତୁର୍ଥ ଦିବସ |  ମହାକାର୍ତ୍ତିକମାସର ଶୁକ୍ଳପକ୍ଷ ବୈକୁଣ୍ଠ ଚତୁର୍ଦ୍ଦଶୀ ତିଥି | ଏହି ଅବସରରେ ଆଜି ଶ୍ରୀବିଗ୍ରହମାନଙ୍କୁ ଡାଳିକିଆ ବା ଲକ୍ଷ୍ମୀନୃସିଂହ ବେଶ ହୋଇଥାଏ | ଶ୍ରୀଜୀଉମାନଙ୍କର ଅବକାଶ ନୀତି ସମ୍ପର୍ଣ ହେବା ପରେ ଏହି ବେଶ ଆରମ୍ଭ ହୋଇଥାଏ । ବିବିଧ ପ୍ରକାରର ସୁବର୍ଣ୍ଣ ଅଳଙ୍କାରରେ ଶ୍ରୀଜୀଉ ମାନେ ବିଭୂଷିତ ହୋଇ ରତ୍ନସିଂହାସନରେ ବିରାଜମାନ କରି ଭକ୍ତ ଗଣଙ୍କୁ ଦର୍ଶନ ଦେବେ । ସୋଲ ଓ ଜରିରେ ଡାଳି କରାଯାଇ ସେଥିରେ ପର୍ଯ୍ୟାପ୍ତ ସଂଖ୍ୟକ ରଙ୍ଗବେରଙ୍ଗର ଫୁଲ ସବୁକୁ ଶ୍ରୀମସ୍ତକରେ ଲଗାଯାଏ । ଏହି ଡାଳ ମଝି ମଝିରେ ଠିଆପାଖୁଡ଼ା ଆକୃତିର ସ୍ୱର୍ଣ୍ଣକିଆ ଖଞ୍ଜାଯାଇଥାଏ । ତେଣୁ ଏହାକୁ ଡାଳିକିଆ ବେଶ କୁହାଯାଏ | ତେବେ ସକାଳଧୁପ ନୀତି ସମ୍ପର୍ଣ ପର୍ଯ୍ୟନ୍ତ ଏହି ବେଶ ରହିଥାଏ ।  ଏହି ବେଶ ଦର୍ଶନ ପାଈଁ ଶ୍ରୀମନ୍ଦିର ରେ ଆଜି ହଜାର ହଜାର ଶ୍ରଦ୍ଧାଳୁ ଙ୍କ ଭିଡ ଲାଗି ରହିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।