You are currently viewing ଦୀପାବଳି ପାଇଁ ଶ୍ରୀମନ୍ଦିର ଚାରିପଟେ ୧୪୪ ଧାରା ଜାରି

ଦୀପାବଳି ପାଇଁ ଶ୍ରୀମନ୍ଦିର ଚାରିପଟେ ୧୪୪ ଧାରା ଜାରି

ପୁରୀ(ଏଏନଏସ) ୦୩.୧୧.୨୦୨୧, ଆସନ୍ତା କାଲି ପବିତ୍ର ଦୀପାବଳି । ଏଥିପାଇଁ ଶ୍ରୀମନ୍ଦିରରେ କଟକଣାକୁ କଡାକଡି କରାଯାଇଛି । ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଚାରିପଟେ ୧୪୪ ଧାରା ଲାଗୁ କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।
ସୂଚନା ଅନୁସାରେ, ଆସନ୍ତାକାଲି ଭୋର ୪ଟାରୁ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଚାରିପଟେ ୧୪୪ ଧାରା ଲାଗୁ ହେବ । ଦୀପାବଳି ଉପଲକ୍ଷେ ପୁରୀ ଆସୁଥିବା ପର୍ଯ୍ୟଟକ ଓ ଗୟା ଶ୍ରାଦ୍ଧ ଦେବା ପାଇଁ ଆସିବାକୁ ଥିବା ଶ୍ରଦ୍ଧାଳୁ ମାନଙ୍କ ପାଇଁ ଏହି କଟକଣା ଜାରି କରାଯାଇଛି । ଏହାସହ କରୋନା କଟକଣା ପାଇଁ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶ୍ରୀମନ୍ଦିର ସମ୍ମୁଖରେ କାଉଁରିଆ ଜାଳିବା ବାରଣ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।