You are currently viewing କାର୍ତ୍ତିକ ନୀତିକାନ୍ତି ଚୂଡ଼ାନ୍ତ, ହବିଷ୍ୟାଳୀଙ୍କ ପାଇଁ କଟକଣା ଜାରି

କାର୍ତ୍ତିକ ନୀତିକାନ୍ତି ଚୂଡ଼ାନ୍ତ, ହବିଷ୍ୟାଳୀଙ୍କ ପାଇଁ କଟକଣା ଜାରି

  • Post category:ଓଡିଶା
  • Reading time:1 mins read

ପୁରୀ-୧୧.୧୦.୨୦୨୧(ଅନନ୍ତ ସିଂ), ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ନୀତିକାନ୍ତି ଚୂଡ଼ାନ୍ତ ହୋଇଛି । ୧୫ରେ ଦଶହରା ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର ।  ତେବେ ୧୮ ତାରିଖ କୁମାର ପୂର୍ଣ୍ଣିମାରେ ଖୋଲା ରହିବ ଶ୍ରୀମନ୍ଦିର ।

ରିଭାଇଜ ଏସଓପି ୨ ଦିନ ଭିତରେ ଜାରି ହେବ । ହବିଷ୍ୟାଳୀଙ୍କ ପାଇଁ କଟକଣା ଜାରି ହୋଇଛି । କୋଭିଡ କଟକଣା ଯୋଗୁ କାର୍ତ୍ତିକ ମାସରେ ହବିଷିଆଳିଙ୍କୁ ପୁରୀ ଆସିବା ବାରଣ । ଦୀପାବଳୀ, ଏକାଦଶୀ ଓ କାର୍ତ୍ତିକ ପୂର୍ଣ୍ଣମୀରେ ଶ୍ରୀମନ୍ଦିର ବନ୍ଦ ରହିବ ।

ଶ୍ରୀମନ୍ଦିର ଐଶାନ୍ୟ କୋଣରେ ଆସନ୍ତା ୧୮ ତାରିଖ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବେ । ପାରମ୍ପରିକ ବେଶପୋଷାକ ପିନ୍ଧି ସେବାୟତ ଗର୍ଭଗୃହକୁ ପ୍ରବେଶ କରିବେ । ଏନେଇ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।