You are currently viewing ଶ୍ରୀମନ୍ଦିର ପୁଣି ଖସିଲା ପଥର

ଶ୍ରୀମନ୍ଦିର ପୁଣି ଖସିଲା ପଥର

  • Post category:ଓଡିଶା
  • Reading time:1 mins read

ପୁରୀ(ଏଏନଏସ)୨୯/୧୦, ଶ୍ରୀମନ୍ଦିର ପୁଣି ଖସିଲା ପଥର। ପ୍ରାୟ ଦେଢ ଫୁଟ ଲମ୍ବର ପଥର ହୋଇଥିବା ବେଳେ ପ୍ରାୟ ତିନିକେଜି ଓଜନର ହୋଇଥିବା ଜଣାପଡିଛି। ବେହରଣ ଦ୍ୱାର ଓ ମୁଦଲି ଦ୍ୱାର ମଝିରେ ଯେଉଁଠି ଜେଟିପି ଚର୍ଚ୍ଚା ମାନେ ବସନ୍ତି ସେହି ସ୍ଥାନରୁ ମିଳିଛି। ଚାରିଦିନ ତଳେ ସେବାୟତ ମାନେ ପଥର ଖସିବା ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇଥିଲେ। ପ୍ରଶାସନ ଏହି ପଥରକୁ ଏଏସଆଇକୁ ହସ୍ତାନ୍ତର କରିଛି। ଏଏସଆଇ ପକ୍ଷରୁ ଏଯାଏଁ କେଉଁଠି ଖସିଛି ଓ କିଭଳି ଖସିଛି ତାହାର ଯାଞ୍ଚ କରାଯାଇନାହିଁ। ଅନୁଧ୍ୟାନ କରାଯାଇ ଖସିଥିବା ସ୍ଥାନ ଚିହ୍ନଟ ହେବା ପରେ ସେହି ଅଂଶ ମରାମତି କରାଯିବ। ପୁରାତନ ମନ୍ଦିର ହୋଇଥିବାରୁ ଧିରେ ଧିରେ ପଥର ଦୁର୍ବଳ ହୋଇଯାଇଛି। ମାଙ୍କଡ ଙ୍କ ଡିଆଁକୁଦା ସେହି ଯାଗାରେ ହେଉଥିବାରୁ ଦୁର୍ବଳ ପଥର ଭାଙ୍ଗି ଖସିପଡୁଛି ବୋଲି ପୁର୍ବରୁ ଏଏସଆଇ ଅଧିକାରୀ କହିଛନ୍ତି। ତେବେ ଦୀପାବଳୀ ସମୟରେ ପଥର ଖସିଥିବା ବେଳେ ଏଯାଏଁ ପଥର ଖସିଥିବା ସ୍ଥଳ ଏଏସଆଇ ପକ୍ଷରୁ ଅନୁଧ୍ୟାନ କରାନଯିବା ଶ୍ରୀମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେପଟେ ଗତକିଛି ଦିନ ତଳେ ରତ୍ନବେଦୀ ପଛପଟରୁ ଚୂନ ପ୍ଲାଷ୍ଟର ଖସିଥିଲା । । କିନ୍ତୁ ତାହାର ମରାମତି କରାଗଲା ନାହିଁ। ପୁଣି ଏବେ ମଧ୍ୟ ସେହିପରି ଏଏସଆଇ ଅବହେଳା ପ୍ରଦର୍ଶନ କରୁଥିବା ସ୍ପଷ୍ଟ ବାରି ହୋଇପଡୁଛି। ତେବେ କାର୍ତ୍ତୀକ ମାସ ପରେ ଏହାର ମରାମତି ହେବ ବୋଲି ଏଏସଆଇ ପକ୍ଷରୁ ସୂଚନା ମିଳିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।