You are currently viewing ଆଜି ଅପରାହ୍ନରେ ବସିବ ରାଜ୍ୟ କ୍ୟାବିନେଟ ବୈଠକ

ଆଜି ଅପରାହ୍ନରେ ବସିବ ରାଜ୍ୟ କ୍ୟାବିନେଟ ବୈଠକ

ଭୁବନେଶ୍ୱର-୦୯.୦୮.୨୦୨୧, ଆଜି ଅପରାହ୍ନ ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ରାଜ୍ୟ କ୍ୟାବିନେଟ ବୈଠକ । କରୋନା ପାଇଁ ବୈଠକରେ ଭର୍ଚୁଆଲ ମାଧ୍ୟମରେ ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମନ୍ତ୍ରୀମାନେ ଲୋକସେବା ଭବନ ଓ ଜିଲ୍ଲା ମୁଖ୍ୟାଳୟରୁ ବୈଠକରେ ଯୋଡ଼ିହେବେ । ସୂଚନା ଅନୁସାରେ ବୈଠକରେ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯିବ । ଏହି ବୈଠକରେ ୫ରୁ ଅଧିକ ପ୍ରସ୍ତାବରେ ମୋହର ଲାଗିବାର ସମ୍ଭାବନା ରହିଛି। ରାଜ୍ୟରେ ଭିତ୍ତିଭୂମିର ବିକାଶ, ଶ୍ରୀକ୍ଷେତ୍ର ପରିକ୍ରମା ଯୋଜନାକୁ ଅନୁମୋଦନ, ହେଲ୍‌ଥ କାର୍ଡ ପ୍ରଦାନ ଆଦି ବିଷୟରେ ବୈଠକରେ ନିଷ୍ପତ୍ତି ହେବାର ସମ୍ଭାବନା ରହିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।