You are currently viewing ରାଜ୍ୟ କ୍ୟାବିନେଟ୍‌: ୩ ପ୍ରସ୍ତାବରେ ମୋହର

ରାଜ୍ୟ କ୍ୟାବିନେଟ୍‌: ୩ ପ୍ରସ୍ତାବରେ ମୋହର

  • Post category:ଓଡିଶା
  • Reading time:1 mins read

ଏଏନଏସ: ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ଗରୁତ୍ୱପୂର୍ଣ ପ୍ରସ୍ତାବରେ ମୋହର ଲାଗିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ୩ଟି ପ୍ରସ୍ତାବରେ ମୋହର ବାଜିଛି। ରାଜସ୍ବ, କୃଷି ଓ ଆଇଟିରେ ମୋଟ ୩ଟି ପ୍ରସ୍ତାବରେ ମୋହର ଲାଗିଛି। ଏନେଇ ବିଧାନସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ସୂଚନା ଦେଇଛନ୍ତି।

ଓଡିଶା ଷ୍ଟେଟ ୱାର୍କଫ୍ଲୋ ଅଟୋମେସନ୍ ସିଷ୍ଟମର ଉନ୍ନତିକରଣକୁ କ୍ୟାବିନେଟ ଅନୁମୋଦନ ମିଳିଛି। ଏହି ଉନ୍ନତିକରଣ ପଦକ୍ଷେପ 5T ଢାଞ୍ଚାରେ ଶାସନର ଦକ୍ଷତା ସ୍ତରକୁ ଆହୁରି ଉଚ୍ଚତର ସୋପାନକୁ ନେବା ସହିତ ନାଗରିକ ଅନୁକୂଳ ସ୍ୱଚ୍ଛ ବ୍ୟବସ୍ଥାକୁ ସୁନିଶ୍ଚିତ କରିବ। ସେହିପରି ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟର ଜରୁରୀ ମରାମତି, ନବୀକରଣ ଓ ପୁନଃନିର୍ମାଣ ପାଇଁ ୨୦୨୩-୨୪ ରୁ ୨୦୨୭-୨୮, ପାଞ୍ଚ ବର୍ଷ ପାଇଁ ରାଜ୍ୟ କ୍ୟାବିନେଟ ୪୯୧.୪୧ କୋଟି ଟଙ୍କା ମଞ୍ଜୁରୀ ଦେଇଛନ୍ତି।

ଏବଂ ଆଦିବାସୀ ଉପଦେଷ୍ଟା ପରିଷଦ ଦ୍ୱାରା ଅନୁମୋଦନ କରାଯାଇଥିବା ଓଡିଶା ଅନୁସୂଚିତ ଅଞ୍ଚଳରେ ସ୍ଥାବର ସମ୍ପତ୍ତି  ହସ୍ତାନ୍ତର ଆଇନ, ୧୯୫୬କୁ ସଂଶୋଧନ କରିବା ପାଇଁ ରାଜ୍ୟ କ୍ୟାବିନେଟରେ ପ୍ରସ୍ତାବ ପାରିତ କରିଥିଲେ।

ଅନ୍ୟମାନଙ୍କୁ ଜଣାନ୍ତୁ।