You are currently viewing କୋର୍ଟଙ୍କ ରାୟ ପରେ ବି ଘର ବାହାରେ ତପସ୍ଵିନୀ

କୋର୍ଟଙ୍କ ରାୟ ପରେ ବି ଘର ବାହାରେ ତପସ୍ଵିନୀ

  • Post category:ଓଡିଶା
  • Reading time:1 mins read

ବ୍ରହ୍ମପୁର(ଏଏନଏସ)୦୫.୦୧.୨୦୨୨, କୋର୍ଟଙ୍କ ରାୟ ପରେ ବି ବାହାରେ ରାତି କାଟିଲେ ତପସ୍ଵିନୀ  ।ଶ୍ୱଶୁର ଘର ଲୋକେ ତାଙ୍କୁ ଷ୍ଟୋର ରୁମ୍‌ରେ ରହିବାକୁ କହୁଥିବା ବେଳେ ତପସ୍ୱିନୀ ସେଠାରେ ରହିବାକୁ ମନା କରିଦେଇଛନ୍ତି ।  ତାଙ୍କର ସ୍ୱାମୀ ସୁମିତଙ୍କ ସହିତ ତଳ ଘରେ ରହିବାକୁ ସେ ଦାବି କରିଛନ୍ତି। ତେଣୁ କାଲି ମଧ୍ୟ ପୂର୍ବ ପରି ଗ୍ୟାରେଜ୍‌ରେ ରାତି କାଟିଛନ୍ତି ତପସ୍ଵିନୀ। 
ଗତକାଲି ଗଞ୍ଜାମ ଜିଲ୍ଲା ଦୌରା ଜଜ୍‌ କୋର୍ଟ ଏହି ପାରିବାରିକ ବିବାଦ ମାମଲାର ଶୁଣାଣି କରି ସ୍ୱାମୀ ସୁମିତ୍‌ଙ୍କ ସହ ତପସ୍ୱିନୀ ଶ୍ୱଶୁର ଘରେ ରହିବା ନେଇ ନିର୍ଦ୍ଦେଶ ଦେଇଥିଲେ ।  ଏଥି ସହ ତପସ୍ୱିନୀଙ୍କ ଭରଣ ପୋଷଣ ପାଇଁ  ସୁମିତ ପ୍ରତି ମାସରେ ୧୭ ହଜାର ଟଙ୍କା ଦେବେ ବୋଲି କୋର୍ଟ କହିଥିଲେ। ଏହି ଟଙ୍କା ସୁମିତ ମାସ ୧୦ ତାରିଖ ସୁଦ୍ଧା ଦେବେ ଏବଂ ଟଙ୍କା ପାଇବା ପରେ ତପସ୍ୱିନୀ ତାଙ୍କୁ ଏକ ରସିଦ ଦେବେ। ତେବେ ଜିଲ୍ଲା କୋର୍ଟଙ୍କ ଏହି ରାୟରେ ରାୟ ବିରୁଦ୍ଧରେ ଓ ହୋଇକୋର୍ଟ ଯିବେ ବୋଲି ସୁମିତ ଙ୍କ ଓକିଲ କହିଛନ୍ତି । 

ଅନ୍ୟମାନଙ୍କୁ ଜଣାନ୍ତୁ।