You are currently viewing ଡମ୍ପରକୁ ଧକ୍କା ଦେଲା ଆମ୍ବୁଲାନ୍ସ

ଡମ୍ପରକୁ ଧକ୍କା ଦେଲା ଆମ୍ବୁଲାନ୍ସ

  • Post category:ଓଡିଶା
  • Reading time:1 mins read

ଭଦ୍ରକ(6.2.23) : ଡମ୍ପରକୁ ଧକ୍କା ଦେଲା ଆମ୍ବୁଲାନ୍ସ । ଦୁର୍ଘଟଣାରେ ୫ ଜଣ ଗୁରୁତର ହୋଇଛନ୍ତି । ଭଦ୍ରକ ଭଣ୍ଡାରୀପୋଖରୀ ଥାନା ୧୬ ନମ୍ବର ଜାତୀୟ ରାଜପଥ ଆଖୁଆପଦା ନିକଟରେ ଏହି ଦୁର୍ଘଟଣା ଘଟିଛି ।୨ ଜଣଙ୍କୁ ଯାଜପୁର ସ୍ଥାନାନ୍ତର କରାଯାଇଥିବା ବେଳେ ୩ ଜଣଙ୍କୁ ଭଦ୍ରକ ଡାକ୍ତରଖାନାରେ ଚିକିତ୍ସା କରାଯାଇଛି । ବାଲେଶ୍ୱରରୁ ରୋଗୀ ନେଇ କଟକ ଯାଉଥିବା ବେଳେ ବ୍ରେକ୍‌ ଡାଉନ୍‌ ହୋଇ ଠିଆ ହୋଇଥିବା ଗୋଟିଏ ଡମ୍ଫରକୁ ପଛପଟୁ ଧକ୍କା ଦେଇଥିଲା ଆମ୍ବୁଲାନ୍ସ ।

ଅନ୍ୟମାନଙ୍କୁ ଜଣାନ୍ତୁ।