You are currently viewing ଦୁର୍ବୁତ୍ତଙ୍କ ଆକ୍ରମଣରେ ବ୍ୟବସାୟୀ ମୃତ

ଦୁର୍ବୁତ୍ତଙ୍କ ଆକ୍ରମଣରେ ବ୍ୟବସାୟୀ ମୃତ

ରାଉରକେଲା, ଗତକାଲି ବିଳମ୍ବିତ ରାତିରେ ରାଉରକେଲାରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ବ୍ୟକ୍ତି ଜଣକ ରାଉରକେଲାର ଜଣେ ହୋଟେଲ ବ୍ୟବସାୟୀ ହୋଇଥିବା ସୂଚନା ମିଳିଛି । ବିଳମ୍ବିତ ରାତିରେ ଘରକୁ ଫେରିବା ସମୟରେ ଲୁହା ରଡ଼ରେ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ଚିକିତ୍ସାଧୀନ ଅବସ୍ଥାରେ ଆଇଜିଏଚରେ ବ୍ୟବସାୟୀ ସଜନ ମିତ୍ତଲଙ୍କ ମୃତ୍ୟୁ ଘଟିଛି ।ଆକ୍ରମଣର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । ତେବେ ପୂର୍ବ ଶତ୍ରୁତାରୁ ଆକ୍ରମଣ କରାଯାଇଥିବା ସନ୍ଦେହ କରାଯାଉଛି । ପୋଲିସର ତଦନ୍ତ ଜାରି ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।