ରାସ୍ତାରେ ଜଳିଗଲା କାର

ବାଣପୁର (ବିକାଶ ନାୟକ), ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ କୁମାରାଙ୍ଗ ଛକରେ ଘଟିଛି ଏକ ଅଭାବନୀୟ ଘଟଣା । ଏକ ଚଳନ୍ତା କାରରେ ହଠାତ ନିଆଁ ଲାଗିଯାଇଛି । ବାଣପୁର ପ୍ରତାପ ଗ୍ରାମର ଆଦିତ୍ୟ ବାରିକ ନିଜ ଇଣ୍ଡିଗୋ କାରରେ ୪ ଜଣ ସମ୍ପର୍କୀୟଙ୍କୁ ନେଇ ବାଣପୁର ମେଡିକାଲ ଯାଇଥିଲେ। ପରେ ଡ୍ରାଇଭର ଆଦିତ୍ୟ ଏହି କାରଟିକୁ କୁମାରାଙ୍ଗ ଛକରେ ରଖି ଥିବାବେଳେ ହଠାତ କାରର ଇଞ୍ଜିନରେ ନିଆଁ ଲାଗିଯାଇଥିଲା ।

କାରରେ ଥିବା କୌଣସି ବ୍ୟକ୍ତି ଦୁର୍ଘଟଣାର ଶିକାର ହୋଇନାହାନ୍ତି । ଖବର ପାଇ ଘଟଣା ସ୍ଥଳରେ ବାଣପୁର ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

Leave A Reply

Your email address will not be published.