You are currently viewing ମା’ ଆଖି ଆଗରେ ଚାଲିଗଲା ପିଲାର ଜୀବନ

ମା’ ଆଖି ଆଗରେ ଚାଲିଗଲା ପିଲାର ଜୀବନ

  • Post category:ଓଡିଶା
  • Reading time:1 mins read

ସୁବର୍ଣ୍ଣପୁର(୫.୪.୨୩) :ମାଆ ଆଖି ଆଗରେ ଚାଲିଗଲା ପିଲାର ଜୀବନ । ମାଆ ଡାକ୍ତରଖାନାରେ ଥିଲେ ଷ୍ଟାଫ ନର୍ସ । ହଠାତ୍ ଖବର ଆସିଲା ତାର କୁନି ପିଲାଟି କୂଅରେ ପଡି ଗୁରୁତର ହୋଇ ପଡିଛି । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ପହଞ୍ଚିଥିଲା ପିଲା । ଆଉ ସେଠାରେ ପିଲାକୁ ମୃତ ଘୋଷଣା କରିଥିଲେ ଡାକ୍ତର । ଆଖି ଆଗରେ ନିଜ ପିଲାର ମୃତଦେହ ଦେଖି ଛାତି ପିଟି ପିଟି କାନ୍ଦୁଛି ମାଆଟି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ସଦର ଟାଉନରେ । ଘଟଣାଟି ମଙ୍ଗଳବାର ସନ୍ଧ୍ୟା ସମୟର । ଖେଳୁ ଖେଳୁ କୁଅରେ ପଡିଯାଇଥିଲେ ୨ ଶିଶୁ କନ୍ୟା । ଦୁଇଜଣଙ୍କ ବୟସ ଭିତରୁ ଜଣଙ୍କ ବୟସ ୨ ବର୍ଷ ହୋଇଥିବାବେଳେ ଅନ୍ୟଏକ ଶିଶୁ କନ୍ୟାର ବୟସ ବର୍ଷେ ତିନି ମାସ । ଖେଳୁ ଖେଳୁ ଘର ପଛପଟ କୂଅରେ ପଡି ଯାଇଥିଲେ ୨ଟି ଶିଶୁ । ଖବର ମିଳିବା ପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।