You are currently viewing ଆଜି ପୁଣି ଖୋଳା ହେବ ପୁରୀ ଏମାର ମଠ

ଆଜି ପୁଣି ଖୋଳା ହେବ ପୁରୀ ଏମାର ମଠ

  • Post category:ଓଡିଶା
  • Reading time:1 mins read

ପୁରୀ(ଏଏନଏସ)୦୪/୦୨: ଆଜି ପୁଣି ଖୋଳା ହେବ ପୁରୀ ଏମାର ମଠ । ପୁରୀରୁ ଚିହ୍ନଟ କରାଯାଇଥିବା ୩ଟି ସ୍ଥାନକୁ ଖୋଳିବ ପ୍ରଶାସନ । ପ୍ରଶାସନିକ ଅଧିକାରୀ, ଉପଜିଲ୍ଲାପାଳ, ମାଜିଷ୍ଟ୍ରେଟ୍ ଓ ପୋଲିସ୍ ର ଉପସ୍ଥିତିରେ ଏମାର ମଠ ଖୋଳା ଆରମ୍ଭ କରାଯିବ । ଏହା ବ୍ୟତୀତ ମଠ ପରିଚାଳନା ଟ୍ରଷ୍ଟର ସଦସ୍ୟ ମାନେ ମଧ୍ୟ ଉପସ୍ଥିତ ରହିବେ । ଏନେଇ ଯାଞ୍ଚ ଆରମ୍ଭ ହୋଇଛି । ୨୦୧୧ ରେ ୫୫୨ ଓ ଗତବର୍ଷ ୪୫ ଖଣ୍ଡ ରୂପା ଇଟା ମିଳିଥିଲା । ୨୦୨୧ରେ ଏମାର ମଠରେ ଗୁପ୍ତଧନ ଥିବା ସନ୍ଦେହ କରି ଦେବୋତ୍ତର ବିଭାଗ, ପୋଲିସ, ପ୍ରଶାସନିକ ଅଧିକାରୀ ଓ ଟ୍ରଷ୍ଟ ବୋର୍ଡ ସଦସ୍ୟଙ୍କ ଉପସ୍ଥିତିରେ ହୋଇଥିଲା ଯାଞ୍ଚ । ମେଟାଲ୍ ଡିଟେକ୍ଟର ଯୋଗେ ଯାଞ୍ଚ କରାଯାଇଥିଲା । ମଠରେ ଗୁପ୍ତଧନ ଆଶାରେ ଯାଞ୍ଚ କରାଯାଇଥିଲା । ମଠର ପ୍ରବେଶ ଗୃହ, ଅଗଣା, ଝୁଲଣ ମଣ୍ଡପ ସମ୍ମୁଖ ଅଗଣାରେ ଚିହ୍ନ କରାଯାଇଥିଲା । ତେବେ ୪ ରୁ ୫ ଫୁଟ୍ ଗଭୀରତା ଯାଏଁ ଯାଉଥିବା ମେଟାଲ୍ ଡିଟେକ୍ଟରର ଆବଶ୍ୟକତା ରହିଥିଲା । ଆଜି ପୁର୍ନବାର ଅତ୍ୟାଧୁନିକ ମେଟାଲ୍ ଡିଟେକ୍ଟର ଯୋଗେ ଚିହ୍ନଟ ସ୍ଥାନକୁ ଯାଞ୍ଚ କରାଯିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।